କନକ ବ୍ୟୁରୋ: ପୁଣି ତେଜିଲା ବିଜେଡି-ବିଜେପି କଳି । ପୁଣି କଥା କଟାକଟି ହେଲେ ବିଜେଡି ଓ ବିଜେପି ବିଧାୟକ । ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବିସ୍ଫୋରକ ବୟାନ ପରେ, ଏହାର ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଥିଲେ ଯେ, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଓ ବିଧାୟକମାନେ ବିଜେପି ସହ ଯୋଗାଯୋଗରେ ଅଛନ୍ତି ।

Advertisment

ଏଥିସହ ବିଜେଡି ଛିଡୁଛି ଓ ବିଜେପି ବଢୁଛି । ରାଜ୍ୟର ବହୁତ ଲୋକ ବିଜେଡି ଛାଡି ବିଜେପିରେ ମିଶିବାକୁ ଚାହୁଁଛନ୍ତି । ଅନେକ ନେତା ଏଥିପାଇଁ ଲାଇନରେ ଅଛନ୍ତି । ତେବେ ଯେଉଁ ନେତାମାନଙ୍କୁ ବିଜେଡି ଅଣଦେଖା କରିଛି, ସେହିଭଳି କିଛି ନେତା ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ମିଶିବେ ବୋଲି ବିଜେପି ବିଧାୟକ ଅଶୋକ ମହାନ୍ତି କହିବା ପରେ, ଏହାକୁ ନେଇ ତେଜିଛି ବୟାନବାଜି ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଶୋକ ମହାନ୍ତିଙ୍କ ଏଭଳି ବୟାନର ଉତ୍ତର ରଖି କହିଛନ୍ତି ଯେ, ବିଜେପି କେବଳ ବାହାସ୍ଫୋଟ ମାରୁଛି । ବିଜେଡି ଦଳ ଏକ ଅଛି । ତେବେ ବିଜେଡିକୁ ଅସ୍ଥିର କରିବା ପାଇଁ ବିଜେପିର ଏ ଯୋଜନା । ବିଜେଡିକୁ ବହୁ ନେତା ବିଜେପି ଓ କଂଗ୍ରେସରୁ ଆସିଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ସେହିପରି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେପି ଓ ବିଜେଡିର ଅନେକ ନେତା କଂଗ୍ରେସକୁ ଫେରିବେ । ଆଘକୁ ଉଭୟ ଦଳର ନେତା କଂଗ୍ରେସକୁ ଫେରିବେ ବୋଲି କହିଛନ୍ତି ତାରା ବାହିନୀପତି ।