ଶହ ଶହ ଲୋକ ମରିକି ପଡିଛନ୍ତି, ସାଧାରଣ ଲୋକ ଧୈଯ୍ୟ ଧରିପାରିବନି : ପ୍ରମିଳା ମଲ୍ଲିକ

484

କନକ ବ୍ୟୁରୋ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ବଡ ଅପଡେଟ । ଏବେ ସୁଦ୍ଧା ୧୨୦ ଜଣ ମୃତ ସୂଚନା । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । ସେହିଭଳି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ଘଟଣାସ୍ଥଳ ବୁଲି ଦେଖିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ପ୍ରମିଳା ।

ଦୁର୍ଘଟଣାକୁ ନେଇ ପ୍ରମିଳା କହିଛନ୍ତି, ଏବେ ଶହ ଶହ ଲୋକ ମରିକି ପଡିଛନ୍ତି । ସେ ଚିତ୍ର ଦେଖିଲେ ସାଧାରଣ ଲୋକ ଧୈର୍ଯ୍ୟ ଧରି ରହିପାରିବନି । ଟ୍ରେନ୍ ତଳେ ଅନେକ ଲୋକ ଚାପି ହୋଇ ଅଛନ୍ତି । ଜେସିବି ଯୋଗେ ଟ୍ରେନକୁ ଟେକି କିଛି ଜଣଙ୍କୁ ଉଦ୍ଧାର କରିଥିଲୁ । କିନ୍ତୁ ୩ ଜଣଙ୍କ ଭିତରୁ ୨ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ଜଣଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲୁ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି । ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ମୃତକଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯାଉଛି ।