କନକ ବ୍ୟୁରୋ : ନିର୍ବାଚନ ପ୍ରଚାରବେଳେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଷଣକୁ ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କୌଣସି ଆଇନ ଉଲଂଘନ କରିନଥିବା କହିଛନ୍ତି । ଏବଂ ପୁଣି ଥରେ ପୂର୍ବ କଥାକୁ ଦୋହରାଇଛନ୍ତି । କହିଛନ୍ତି ସେ ତାଙ୍କ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ।

Advertisment

ଯିଏ ପ୍ରାର୍ଥୀଙ୍କୁ ଭୋଟ ନଦେବେ ଓ ଅନ୍ୟକୁ ଭୋଟ ଦେଇ, ପରେ ସମସ୍ୟା ନେଇ ତାଙ୍କ ପାଖକୁ ଆସିବେ ତାହେଲେ ସେ କାହିଁକି ଶୁଣିବେ । ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା କହିବାରେ କୌଣସି ଭୁଲ ନାହିଁ । ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ବୁଧବାର ପ୍ରମିଳା ମଲ୍ଲିକ କହିଥିଲେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭବିଷ୍ୟତରେ ଆଉ ଅଭାବ ଅସୁବିଧା ବିଷୟରେ ଜଣାଇବା ପାଇଁ ଆସିବେ ନାହିଁ ।

ସୂଚନାନୁସାରେ, ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ ।