କନକ ବ୍ୟୁରୋ: ମନ୍ତ୍ରୀ ପଦ ନେଇ ନବୀନ ନିବାସରୁ କଲ୍ ପରେ କଲ୍ ଆସିବାରେ ଲାଗିଛି । ସେପଟେ ଦଳର ପୁରୁଣା ସଦସ୍ୟଙ୍କୁ କିଭଳି ଥଇଥାନ୍ କରିବେ ସେନେଇ ମଧ୍ୟ ନବୀନ ନିବାସରେ କସରତ ଚାଲିଛି । ତେବେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ପଦ ମିଳିପାରେ ବୋଲି ସୂଚନା ମିଳିଛି ।
ପୂର୍ବରୁ ଲଗାତାର ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରମିଳା । ଦଳରେ ଅଭିଜ୍ଞ ଓ ବରିଷ୍ଠ ନେତ୍ରୀ ଭାବେ ଅନେକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ପ୍ରମିଳା । ପୂର୍ବରୁ ୨୦୦୪ ମସିହାରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏହାସହ ବିଜେଡି ମହିଳା ସଭାନେତ୍ରୀଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ପ୍ରମିଳା । ତେବେ ଚଳିତ ନିର୍ବାଚନରେ ବିଜୟୀ ହେବାପରେ ତାଙ୍କୁ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/12oriPRAMILA_201632.jpg)