କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବଢିଛି ରାଜନୀତି ତାତି । ଆରମ୍ଭ ହୋଇଛି ରାଜନୈତିକ ଆକଳନ । ୩ ପ୍ରମୁଖ ଦଳ ବିଜୟ ନେଇ ଆଶାବାଦୀ ରହିଛନ୍ତି । ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଆମେ ଲୋକଙ୍କ ପାଇଁ କାମ କରିଛୁ, ଲୋକଙ୍କ ସହ ଅଛୁ । ତେଣୁ ଆମର ବିଜୟ ହେବ ।
ବିରୋଧୀ ବିଜେପି ଲୋକଙ୍କ ପାଇଁ କଣ କରିଛି । କେନ୍ଦ୍ରରେ ବିଜେପିର ସରକାର ରହିଛି, କଣ ଲୋକଙ୍କ ପାଇଁ କାମ କରିଛି ତାହାର ହିସାବ ଦେଇପାରିବେ । ଲୋକଙ୍କ ପାଖରେ ନ ପହଞ୍ଚି ବରଂ ଲୋକଙ୍କୁ ହଇରାଣ କରୁଛନ୍ତି । ବୃଦ୍ଧ ଲୋକ ତାଙ୍କ ପାଇଁ କାନ୍ଦୁଛନ୍ତି । ଭତ୍ତା ନେବାକୁ ଆସିବା ବେଳେ ଟିପ୍ ଚିହ୍ନ ନେଉନି, ବୃଦ୍ଧ ଲୋକ ମାନେ ଯେଉଁ ହଇରାଣ ହେଉଛନ୍ତି, କଷ୍ଟ ଭୋଗୁଛନ୍ତି ତାହା ଆମେ ଦେଖୁଛୁ । ଆଗରୁ ରାଜ୍ୟ ସରକାରଙ୍କ କର୍ମଚାରୀ ଘରେ ପହଞ୍ଚି ଲୋକଙ୍କୁ ଭତ୍ତା ଦେଉଥିଲେ ।
ନବୀନ ପଟ୍ଟନାୟକ ରାଜ୍ୟରେ କାମ କରୁଛନ୍ତି ଲୋକଙ୍କର ତାଙ୍କ ଉପରେ ଭରସା ଅଛି । ସେହି ଭରସାରେ ବିଜେଡିକୁ ଭୋଟ ମିଳିବ । କିନ୍ତୁ ବିଜେପି ଲୋକଙ୍କ ପାଇଁ କଣ କରିଛି ଯେ ଭୋଟ ମାଗିବାକୁ ଯିବ । ଏଭଳି କହି ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରମିଳା । ତାଙ୍କ ପାଇଁ ବୁଢା ବୁଢ଼ି ଏବେ କାନ୍ଦୁଛନ୍ତି। ପେନସନ ଠିକ ଭାବେ ମିଳୁନି। ବ୍ୟାଙ୍କ ଯାଇ ଟିପ ଚି଼ହ୍ନ ଦେଇ ଯାହା ହଇରାଣ ହେଉଛନ୍ତି, ଆମେ ଦେଖୁଛୁ।
Follow Us