କନକ ବ୍ୟୁରୋ: ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆସନ୍ତାକାଲି କରିବେ ନାମାଙ୍କନ ।

Advertisment

publive-image

ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ । କହିଲେ, ପ୍ରଥମ ମହିଳା ବାଚସ୍ପତି ଭାବେ ଦଳ ପ୍ରାର୍ଥୀ କରିଛି । ନିର୍ବାଚିତ ହେଲେ ସମସ୍ତଙ୍କ ସହଯୋଗ ନେଇ କାମ କରିବି । ନିରପେକ୍ଷ ଭାବେ ସମସ୍ତଙ୍କୁ ନେଇ ଆଗକୁ ବଢିଛି । ମୁଁ ବହୁତ ଭଲ ପଦବୀ ପାଇଛି, ଆଗକୁ ଭଲ ହେବ । ଗୃହ ଚାଲିଲା ବେଳେ ସବୁ ଦଳକୁ ନେଇ କାମ କରିବି । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ କାମ କରିବି ।
ତେବେ ଗୃହରେ ବିରୋଧୀଙ୍କୁ ନେଇ ଗୃହ ଚଳାଇବା କେତେ ଚାଲେଞ୍ଜିଂ ଏବଂ ଜୟ ନାରାୟଣ ମିଶ୍ର, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କ ଶାଣିତ ସ୍ୱରକୁ କେମିତି ସାମ୍ନା କରିବେ ପ୍ରଶ୍ନରେ ଅତି ସରଳ ଉତ୍ତର ରଖିଛନ୍ତି ପ୍ରମିଳା । କହିଲେ, ନିରପେକ୍ଷ ଭାବେ ସବୁ ଦଳକୁ ନେଇ ଗୃହ କାର୍ଯ୍ୟ କରିବି ।