କନକ ବ୍ୟୁରୋ : ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ । ବିଜେଡି ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ପ୍ରମିଳା । ବିଧାନସଭାର ସଚିବଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା ମଲ୍ଲିକ । ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା ।

Advertisment

ନାମାଙ୍କନପତ୍ର ଦାଖଲ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା ।  ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ଆଣିବା ପରେ ବାଚସ୍ପତି ପଦ ଫାଙ୍କା ପଡିଥିଲା । କିଏ ବିଜେଡିର ପରବର୍ତ୍ତୀ ବାଚସ୍ପତି ପ୍ରାର୍ଥୀ ହେବେ ତାହାକୁ ନେଇ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ପ୍ରମିଳାଙ୍କ ନାଁରେ ମୋହର ମାରିଥିଲେ ବିଜେଡି ସୁପ୍ରିମୋ । ସଂଖ୍ୟାଦୃଷ୍ଟିରେ ପ୍ରମିଳା ବିଜୟ ସୁନିଶ୍ଚିତ । ପ୍ରମିଳା ବାଚସ୍ପତି ଭାବେ ଶପଥ ନେବା ପରେ ଓଡ଼ିଶା ପାଇବ ପ୍ରଥମ ମହିଳା ବାଚସ୍ପତି ।