ମମିତାଙ୍କ ମୃତ୍ୟୁ ଘଟଣା ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା : ସବୁ କ୍ଷେତ୍ରରେ ସିବିଆଇ ତଦନ୍ତ ଠିକ୍ ନୁହେଁ; ମନ୍ତ୍ରୀ ଇସ୍ତଫା ଦେଲେ କ’ଣ ନ୍ୟାୟ ମିଳିଯିବ ?

524

କନକ ବ୍ୟୁରୋ : ମମିତାଙ୍କ ମୃତ୍ୟୁ ଘଟଣା ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ସବୁ କ୍ଷେତ୍ରରେ ସିବିଆଇ କଣ ଠିକ୍ ତଦନ୍ତ କରିଛି ? ପୋଲିସରେ ଭଲ ଅଧିକାରୀ ଅଛନ୍ତି, ସେମାନେ ତଦନ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଦୋଷୀ କେବେ ଖସି ଯିବନି । କେନ୍ଦ୍ରରେ ତାଙ୍କର ସରକାର ଅଛନ୍ତି ବୋଲି ସିବିଆଇ କଥା କହୁଛନ୍ତି । ବିରୋଧୀ ଯାହା ଦାବି କରିବେ ସରକାର କ’ଣ ସେୟା କରିବେ ? ମନ୍ତ୍ରୀ ଇସ୍ତଫା ଦେଲେ କ’ଣ ନ୍ୟାୟ ମିଳିବ ? ପ୍ରାଇଭେଟ୍ ସ୍କୁଲକୁ ସରକାର ଅନୁକମ୍ପା ଦିଅନ୍ତି । ନିରପେକ୍ଷ ତଦନ୍ତ ଚାଲିଛି, ଯିଏ ଦୋଷୀ ସେ ଦଣ୍ଡ ପାଇବ ।

ସେପଟେ, କଂଗ୍ରେସ ନେତା ନରସିଂହ ମିଶ୍ର ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଏହି ମାମଲାର ଏସଆଇଟି ତଦନ୍ତ ଦାବି କରିଛନ୍ତି । ଏହା ସହ ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟସଂକର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ମମିତା ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ପରେ ନିର୍ଦ୍ଦୋଶ ସାବ୍ୟସ୍ତ ହୁଅନ୍ତି ତେବେ ପୁଣି ମନ୍ତ୍ରୀ ପଦକୁ ଫେରି ପାରିବେ । କିନ୍ତୁ ବର୍ତ୍ତମାନ ମନ୍ତ୍ରୀ ଦିବ୍ୟସଂକର ମିଶ୍ର ଇସ୍ତଫା ଦିଅନ୍ତୁ । ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଦିବ୍ୟସଂକର ମିଶ୍ର ମନ୍ତ୍ରୀ ପଦରେ ଅଛନ୍ତି, ସେପର୍ଯ୍ୟନ୍ତ ତଦନ୍ତ ବାଟବଣା ହେବ । ତେଣୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଦିବ୍ୟସଂକର ।