କନକ ବ୍ୟୁରୋ : ଓଲିଉଡରେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ବିବାଦ ତେଜିଛି । ସେହି ବିବାଦ ଏବେ ଆଉ ପାଦେ ଆଗକୁ ବଢିଛି । ପ୍ରଯୋଜକ ସଂଜୟ ନାୟକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ ସଂଜୟଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ।
ପ୍ରକୃତିଙ୍କ ଏଫଆଇଆର ଆଧାରରେ ମାମଲା ରୁଜୁ କରିଛି ମୁମ୍ବାଇ ଡିଏନ ନଗର ପୋଲିସ୍ । ପୂର୍ବରୁ ସଂଜୟ ନାୟକଙ୍କ ବିରୋଧରେ ଯୌନ ଶୋଷଣ ଉଦ୍ୟମ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଜସ୍ମିନ ରଥ । ଆଉ ଜସ୍ମିନଙ୍କ ଅଭିଯୋଗକୁ ସମର୍ଥନ କରି ବୟାନ ଦେଇଥିଲେ ପ୍ରକୃତି । ଦୁଇ ଅଭିନେତ୍ରୀଙ୍କ ଅଭିଯୋଗ ପରେ ସଫେଇ ରଖି ପ୍ରକୃତିଙ୍କୁ ଟାର୍ଗେଟ କରିଥିଲେ ସଂଜୟ ନାୟକ । ଏବେ ସଂଜୟଙ୍କ ନାଁରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ପ୍ରକୃତି ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/prakruti-mishra-tutu-nayak-scaled-1.jpg)