କୃଷି କାନୁନ୍ ବିରୋଧରେ ପ୍ରଦର୍ଶନ ଜାରି । କୃଷକଙ୍କ ସମର୍ଥନରେ ବାହାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲ । ଫେରାଇଦେଲେ ପଦ୍ମ ବିଭୂଷଣ

156

କନକ ବ୍ୟୁରୋ: ଦେଶର କୃଷକ ମାନେ ଲାଗାତର ଭାବେ ନୂତନ କୃଷି କାନୁନ୍ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ଦୀର୍ଘ ୮ ଦିନ ହେବ ଏନେଇ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ କାନୁନ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି । ଏହା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲ କୃଷକ ଆନ୍ଦୋଳନକୁ ସମର୍ଥନ କରି ତାଙ୍କୁ ଦିଆଯାଇଥିବା ପଦ୍ମବିଭୂଷଣ ପୁରଷ୍କାରକୁ ସେ ସରକାରଙ୍କୁ ଫେରାଇ ଦେଇଛନ୍ତି ।
ନୂତନ କୃଷି ଆଇନକୁ କେନ୍ଦ୍ରସରକାର ପ୍ରତ୍ୟାହାର କରନ୍ତୁ ଦାବି କରି ଗୋଟିଏ ସପ୍ତାହରୁ ଅଧିକ ହେବ ହଜାର ହାଜର କୃଷକ ଦିଲ୍ଲୀସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାକୁ ନେଇ କେନ୍ଦ୍ରସରକାର ଓ କୃଷକ ସଂଗଠନ ମାନଙ୍କର ନେତା ମାନଙ୍କ ଭିତରେ ୩ ଥର ବୈଠକ ହୋଇଥିଲେ ବି ପ୍ରତ୍ୟେକ ବୈଠକ ବିଫଳ ହୋଇଛି । ଏହା ମଧ୍ୟରେ ଶିରୋମଣୀ ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲ ଆଜି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ସରକାରଙ୍କ ତରଫରୁ ତାଙ୍କୁ ମିଳିଥିବା ପଦ୍ମବିଭୂଷଣ ପୁରଷ୍କାରକୁ ଫେରସ୍ତ କରିଛନ୍ତି ।
ସେ ଖାଲି ପୁରଷ୍କାର ଫେରାଇ ନାହାନ୍ତି । କୃଷକ ବିରୋଧୀ କୃଷି ଆଇନ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବି ଚିଠି ଲେଖିଛନ୍ତି । ପାଖା ପାଖି ୩ ଫର୍ଦ୍ଦ ବିଶିଷ୍ଟଏହି ଚିଠିରେ ସେ କେନ୍ଦ୍ରସରକାରଙ୍କ କୃଷି କାନୁନକୁ ବିରୋଧ କରିଛନ୍ତି । ଏହାସହ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ସରକାର ଯେଭଳି ବର୍ବରୋଚିତ ଭାବେ ବ୍ୟବହାର କରୁଛନ୍ତି ତାହାକୁ ସେ କଡା ନିନ୍ଦା କରିଛନ୍ତି । କହିରଖୁ କି ଏହି ବିଲ୍ ଲୋକସଭାରେ ପାରିତ ହେବା ପୂର୍ବରୁ ଏହାକୁ ଅକାଳୀଦଳ ବିରୋଧ କରିଛି । ଏନେଇ ଦଳ ଏନଡିଏ ରୁ ନିଜର ସମର୍ଥନ ଫେରାଇ ନେଇଥିଲା ଓ ଜଣେ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।