ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ କହିବା କାରଣରୁ ତାଙ୍କୁ ଆଉ ବଲିଉଡରେ ଅଭିନୟ କରିବା ପାଇଁ ସୁଯୋଗ ମିଳୁନାହିଁ । ଏକ ସାକ୍ଷାତକାରରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାର୍ଟି ବିରୁଦ୍ଧରେ କହିବା କାରଣରୁ ବଲିଉଡରେ ତାଙ୍କୁ ଆଉ ଫିଲ୍ମ ମିଳୁନାହିଁ । ପ୍ରକାଶ ରାଜ ବିଗତ କିଛି ଦିନରୁ ମୋଦି ସରକାରଙ୍କ ରାଜନୀତିକୁ କଡା ବିରୁଦ୍ଧ କରୁଥିବା ନଜର ଆସିଥିଲେ ।
ପ୍ରକାଶ ଏ ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଗତବର୍ଷ ଅକ୍ଟୋବର ମାସରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ କହିଥିଲେ ଏହାପର ଠାରୁ ବଲିଉଡ ତାଙ୍କୁ ଫିଲ୍ମ ଦେଉନାହିଁ । ସାଉଥରେ କୌଣସି ସମସ୍ୟା ନାହିଁ, ମାତ୍ର ବଲିଉଡରୁ ତାଙ୍କୁ ଆଉ ଅଫର ନ ଆସୁଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି । ଏଥିପାଇଁ ସେ ଚିନ୍ତିତ ନୁହଁନ୍ତି କି ଟଙ୍କାର ଅଭାବ ତାଙ୍କ ପାଖରେ ନାହିଁ ବୋଲି ପ୍ରକାଶ କହିଛନ୍ତି ।
ମୋଦିଙ୍କ ଉପରେ ପ୍ରକାଶ ଦେଇଥିବା ବୟାନ ସେତେବେଳେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ଗୌରୀ ଲଙ୍କେଶଙ୍କ ହତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଚୁପ କାହିଁକି ପ୍ରଶ୍ନ ଉଠାଇଥିଲେ । ପ୍ରକାଶ କହିଛନ୍ତି ସେ ଏହି ସମ୍ପର୍କରେ ଯେତେବେଳେ ବି ସ୍ୱର ଉଠାଇଛନ୍ତି ତାଙ୍କ ପାଟିକୁ ବିଭିନ୍ନ ପ୍ରକ୍ରିୟାରେ ଯେପରିକି ଧଉଳ ଦେଇ କିମ୍ବା ଫିଲ୍ମ ଅଫର ନଦେଇ ଚୁପ କରାଇବା ଚେଷ୍ଟା କରାଯାଇଛି । ଏହାର ମୁଖ୍ୟ କାରଣ ହେଉଛି ବିଜେପି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ପ୍ରକାଶ କର୍ଣ୍ଣାଟକରେ ଏବେ ମୋଦିଙ୍କ ପାର୍ଟି ବିରୁଦ୍ଧରେ ବିଧାନସଭା ଭୋଟ ପାଇଁ କ୍ୟାମ୍ପେନ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/default.jpg)