ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହେଲେ ହଜାର ହଜାର ଆଦିବାସୀ: ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି

ଛତିଶଗଡ଼ର କୋକ୍ରାଲ ଡ଼୍ୟାମ ଓ କୌସ୍ତବ ମାଇନ୍ସକୁ ଜୋରଦାର ବିରୋଧ

108

କନକ ବ୍ୟୁରୋ: ଛତିଶଗଡ଼ର କୋକ୍ରାଲ ଡ଼୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରି ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି । ହଜାର ହଜାର ଆଦିବାସୀ ଏକାଠି ହୋଇ  ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଓଡିଶା ସୀମାରେ ହେବାକୁ ଥିବା ଡ୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରିଛନ୍ତି । କମାରପାଲି ପଂଚାୟତ ଠାରୁ  ବିରାଟ ବଡ଼ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଏମାନେ ।

୪ ଗୋଟି ପଂଚାୟତର ଆଦିବାସୀ ମହିଳା, ପୁରୁଷ ଏକାଠି ହୋଇ ଡ୍ୟାମ ଓ ମାଇନ୍ସକୁ ବିରୋଧ କରିଛନ୍ତି । ଡ୍ୟାମ ହେଲେ  ଓଡିଶା ସୀମାର ୫୦ଟି ପଡ଼ା ଜଳମଗ୍ନ ହେବ । ସେହିପରି ମାଇନ୍ସ ହେବା ହେବା ଦ୍ୱାରା  ଓଡିଶାର ଖଣିଜ ସଂପଦ ଲୋପ ହେବା ସହ ପ୍ରାକୃତିକ ସଂପଦ ନଷ୍ଟ ହେବ । ତେଣୁ ଏହାକୁ ବିରୋଧ କରି ସ୍ୱର ଉଠାଇଛନ୍ତି ଆଦିବାସୀ ।