କନକ ବ୍ୟୁରୋ: ଗଜପତି ପୋଲିସକୁ ସମ୍ବର୍ଦ୍ଧନା । ଫୁଲଚନ୍ଦନ, ଆଳତୀ, ବନ୍ଦାପନା ସହ ଜୟ ଜୟକାର ଧ୍ୱନି ଦେଇ ପୋଲିସକୁ ସମ୍ମାନିତ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଗଜପତି ପାରଳାଖେମୁଣ୍ଡି ସହରବାସୀଙ୍କ ପକ୍ଷରୁ ସେମାନଙ୍କୁ ଏଭଳି ସମ୍ବର୍ଦ୍ଧନା ଦିଆଯାଉଛି ।
କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲକ୍ଡାଉନ ପାଇଁ ଦିନରାତି ଲୋକଙ୍କୁ ସଚେତନ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ପୋଲିସ । ସେମାନଙ୍କୁ ଉତ୍ସାହିତ କରିବାକୁ ପାରଳାଖେମୁଣ୍ଡି ବାସିନ୍ଦା ଫୁଲ, ଚନ୍ଦନ, ଆଳତୀ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଉଥିବା ଦେଖିବାକୁ ମିଳିଛି ।