ଶ୍ରୀଲଙ୍କାକୁ ସହାୟତା ପାଇଁ ଭାରତକୁ ପ୍ରଂଶସା: ବଡ ଭାଇ କହି ପ୍ରଂଶସା କଲେ କ୍ରିକେଟର ସନତ ଜୟସୁରିୟା

203

କନକ ବ୍ୟୁରୋ: ଅସ୍ଥିର ଶ୍ରୀଲଙ୍କା । ବଢୁଛି ଲୋକଙ୍କ ଆକ୍ରୋଶ । ଜନସାଧାରଣଙ୍କ ଅସନ୍ତୋଷ ବଢୁଥିଲେ ବି ରାଷ୍ଟ୍ରପତି ପଦ ଛାଡିବା ପାଇଁ ସିଧାସଳଖ ମନା କରିଦେଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ । (୧୬,୧୮) ଶ୍ରୀଲଙ୍କାରେ ଅର୍ଥନୈତିକ ଅସ୍ଥିରତା ପରେ ରାସ୍ତାକୁ ଓହ୍ଳାଇ ଆସିଛନ୍ତି ସାଧାରଣ ଲୋକ । ହାତରେ ପ୍ଲା କାର୍ଡ ଧରି ସରକାର ବିରୋଧରେ ବିକ୍ଷୋଭ କରିଛନ୍ତି । ଏପରିକି ଶ୍ରୀଲଙ୍କା ସଂସଦ ସମ୍ମୁଖରେ ଲୋକେ ପ୍ରତିବାଦ କରିଛନ୍ତି । ଏବଂ ଶ୍ରୀଲଙ୍କାରେ ଚୀନ୍ରେ ନୀବେଶକୁ ମଧ୍ୟ ବିରୋଧ କରିଛନ୍ତି । ସେପଟେ ଦେଶରେ ଔଷଧ ପରି ଜରୁରୀ ସାମଗ୍ରୀର ଅଭାବକୁ ନେଇ ରାସ୍ତାକୁ ଓହ୍ଳାଇଛନ୍ତି ଡାକ୍ତରୀ ସଂଘ ।

ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ସ୍ଥିତି ଏବେ ବେହାଲ । ସରକାରଙ୍କ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଏହାରି ଭିତରେ ପଡୋଶୀ ଶ୍ରୀଲଙ୍କାକୁ ସହଯୋଗ କରୁଛି ଭାରତ । ପେଟ୍ରୋଲ ଓ ଚାଉଳ ସହ ଅନ୍ୟାନ୍ୟ ସାମଗ୍ରୀ ପଠାଇଛି ଦେଶ ।

ସଙ୍କଟ ସମୟରେ ଭାରତକୁ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟା । ଭାରତକୁ ବଡ଼ ଭାଇ ବୋଲି କହି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଶ୍ରୀଲଙ୍କାବାସୀ ଏବେ କଠିନ ସ୍ଥିତି ଦେଇ ଗତି କରୁଛନ୍ତି । ଲୋକଙ୍କୁ ଗ୍ୟାସ୍ ମିଳୁନଥିବା ବେଳେ ଘଂଟା ଘଂଟା ଧରି ବିଦ୍ୟୁତ୍ କାଟ ହେଉଛି । ଲୋକଙ୍କ ସମସ୍ୟାର ସମାଧାନ ନହେଲେ ଆଗକୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେବ । ବର୍ତମାନ ସମୟରେ ଆମର ଜୀବନର ଗାଡି ଆଗକୁ ନେବା କଷ୍ଟକର । ଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଭାରତ ସମେତ ସବୁ ପେଡାଶୀଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ସେହିପରି ଭାରତର ସହାୟତା ପାଇଁ ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗା ମଧ୍ୟ ଭାରତର ପ୍ରଶଂସା କରିଛନ୍ତି ।

ଦେଶରେ ଇନ୍ଧନ, ଗ୍ୟାସ ଏପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି । ୧୦ରୁ ୧୨ଘଂଟା ପର୍ଯ୍ୟନ୍ତ ବିଜୁଳି କାଟ୍ ହେଉଛି । ଡିଜେଲ, ଗ୍ୟାସ ଓ ଦୁଗ୍ଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ୩ରୁ ୪କିଲୋମିଟର ଲମ୍ବା ଧାଡିରେ ଠିଆ ହେଉଛନ୍ତି । ଶ୍ରୀଲଙ୍କା ପରିସ୍ଥିତିରେ ସୁଧାର ନଆସିଲେ ଦେଶ ବିପର୍ଯ୍ୟୟ ହୋଇପଡିବ ।