ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି ମଙ୍ଗଳବାର ଦିନ ପାଖାପାଖି ୪ ଘଂଟା ପର୍ଯ୍ୟନ୍ତ ପୁଲିସ ଥାନା ସାମନାରେ ଧାରଣାରେ ବସିଥିଲେ । ସୂଚନାଯୋଗ୍ୟ, ପ୍ରହଲ୍ଲାଦ ସଡକ ମାର୍ଗରେ ଅହମଦାବାଦରୁ ହରିଦ୍ୱାର ଯାଉଥିଲେ । ଆଜମେରରୁ ଜୟପୁର ଆଡକୁ ଅଗ୍ରସର ହେବାବେଳେ ତାଙ୍କୁ ପୁଲିସ ସୁରକ୍ଷା ଦିଆଯାଇନଥିବାରୁ ସେ ରାଗିଯାଇଥିଲେ । ପାଖାପାଖି ୪ ଘଂଟା ପରେ ତାଙ୍କୁ ପୁଲିସ ସୁରକ୍ଷା ମିଳିଲା ।
ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦିଙ୍କୁ ପୁଲିସ ସୁରକ୍ଷା ମିଳିନଥିବାରୁ ସେ ରାଗିଯାଇ ଜୟପୁର-ଆଜମେର ରାଜପଥ ସ୍ଥିତ ବଗରୁ ପୁଲିସ ଥାନା ସାମନାରେ ଧାରଣାରେ ବସିଗଲେ । ପାଖାପାଖି ୪ ଘଂଟା ପରେ ଏହି ମାମଲାର ସମାଧାନ ହେଲା । ଜୟପୁରର ପୁଲିସ କମିଶନରଙ୍କ କହିବାନୁସାରେ, ପ୍ରହଲ୍ଲାଦ ମୋଦି ହରିଦ୍ୱାର ଯିବା ରାସ୍ତାରେ ପୁଲିସ ସୁରକ୍ଷା ମାଗିଥିଲେ, କିନ୍ତୁ ସେ ଏହାର ଯୋଗ୍ୟ ନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/2-4.jpg)
/kanak/media/post_attachments/wp-content/uploads/2019/05/modi_6381-300x225.jpg)