କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ସେ ଅବସର ନେଇ ଘୋଷଣା କରିଛନ୍ତି । ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଓ ୬ଟି ଟି ଟ୍ୱେ ଂଟିି ଖେଳିଛନ୍ତି ପ୍ରଜ୍ଞାନ । ଅବସର ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଆଇପିଏଲରେ ଡେକାନ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ।
It’s time I move on to the next phase of my life. The love and support of each and every individual will always remain with me and motivate me all the time 🙏🏼 pic.twitter.com/WoK0WfnCR7
— Pragyan Ojha (@pragyanojha) February 21, 2020
ଓଡ଼ିଆ କ୍ରିକେଟିୟର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ଘୋଷଣା କରିଛନ୍ତି । ନିଜର ଟ୍ଵିଟ ସହ ଏକ ପତ୍ର ସେ ସେୟାର କରିଛନ୍ତି । ଏହି ପତ୍ର ମାଧ୍ୟମରେ ସେ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ, ଟିମ ସହକର୍ମୀ ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ଯୋଗଦାନ ଦେଇଚାଲିବେ ବୋଲି ସେ କହିଛନ୍ତି ।
୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ବାମହାତୀ ସ୍ପିନର ପ୍ରଜ୍ଞାନ ମୋଟ ୧୮ଟି ଏକଦିବସୀୟ ମ୍ୟାଚ ଖେଳି ମୋଟ ୨୧ଟି ଓ୍ଵିକେଟ ନେଇଛନ୍ତି । ଏହା ପରବର୍ଷ ଅର୍ଥାତ ୨୪ ନଭେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଛନ୍ତି । ଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଜର୍ସ ଓ ପରେ ମୁମ୍ବଇ ଇଣ୍ଡିଆନ ତରଫରୁ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ହାଇଦ୍ରାବାଦ ପାଇଁ ଖେଳୁଥିଲେ ।