କନକ ବ୍ୟୁରୋ : ଭାରତୀୟ ଶତରଞ୍ଜର ଗ୍ରାଣ୍ଡାମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦ ଫିଡେ ବିଶ୍ୱକପ ଶତରଞ୍ଜର ଚୁଡାନ୍ତ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ବି ପରାଜିତ ହୋଇଛନ୍ତି । ତାଙ୍କୁ ବିଶ୍ୱର ନମ୍ବର ୱାନ ଖେଳାଳୀ ମେଗ୍ନସ୍ କାର୍ଲସନ ପରାଜିତ କରିଛନ୍ତି । ଫାଇନାଲ କ୍ରମରେ ଦୁଇଦିନରେ ଦୁଇଟି ବାଜି ଖେଳାଯାଇଥିଲା । ଏହି ଦୁଇଟି ଯାକ ବାଜି ଡ୍ର ରହିଥିଲା । ଏହାପରେ ଟ୍ରାଇବ୍ରେକର ଆଧାରରେ ନିଷ୍ପତ୍ତି ନିଆଯାଇଥିଲା ।
କହିରଖୁ କି ୩ଦିନ ଧରି ଫାଇନାଲ ମୁକାବିଲାରେ ୪ଟି ବାଜି ଖେଳାଯାଇଥିଲା । ଏହାପରେ ବିଜେତା ଘୋଷଣା କରାଯାଇଥିଲା । ଭାରତୀୟ ଚେସ୍ ଖେଳାଳୀ ୧୮ ବର୍ଷିୟ ପ୍ରଜ୍ଞାନନ୍ଦ ପ୍ରାଥମିକ ପର୍ଯ୍ୟାୟରେ ୨ଟି ବାଜିରେ ୩୨ ବର୍ଷିୟ କାର୍ଲସନଙ୍କୁ କଡା ଟକ୍କର ଦେଇଥିଲେ ।
ସେପଟେ ଦୁଇଜଣଙ୍କ ମଧ୍ୟରେ ଟ୍ରାଇବ୍ରେକର ମ୍ୟାଚରେ ୪୭ଟି ପର୍ଯ୍ୟାୟ ପର୍ଯ୍ୟନ୍ତ ଖେଳ ହୋଇଥିଲା । ହେଲେ ପଜ୍ଞାନନ୍ଦ ପରାଜିତ ହୋଇଥିଲେ । ଏହିଭଳି କାର୍ଲସନ ପ୍ରଥମଥର ପାଇଁ ଏହି ବିଶ୍ୱକପରେ ବିଜୟୀ ହୋଇଛନ୍ତି । ଏହି କ୍ରମରେ ପୁରସ୍କାର ଜିତିଥିବାରୁ ତାଙ୍କୁ ପୁରସ୍କାର ରାଶି ବାବଦରେ ୧୦ ହଜାର ଆମେରିକୀୟ ଡଲାର ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/369849194_10232256307539821_1773428340241484992_n.jpg)