କନକ ବ୍ୟୁରୋ : ଗତକାଲି ଏକ ଭିଡିଓ ସାମ୍ନାକୁ ଆସିଥିଲା । ରାଜଧାନୀ ଦିଲ୍ଲୀରେ ବନ୍ଧୁକ ଦେଖାଇ ଚଳନ୍ତା କାର୍ ଆଗରେ ବାଇକ୍ ରଖି ଲୁଟ୍ କରିନେଇଥିଲେ ଲୁଟେରା । ଇଣ୍ଡିଆ ଗେଟକୁ ରିଙ୍ଗ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଏବେ ଦିଲ୍ଲୀରେ ଚର୍ଚ୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ତେବେ ଏହି ଲୁଟ୍ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଆଉ ଏହି ଲୁଟ୍ ଘଟଣାରେ ସାମିଲ ଥିବା ଅନ୍ୟ ଲୁଟେରାଙ୍କୁ ଖୋଜୁଛି । ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଏହି ଲୁଟ୍ ପଛରେ ଅନ୍ୟ କୌଣସି ବ୍ୟକ୍ତିର ହାତ ରହିଛି । ତା’ର ନିର୍ଦ୍ଦେଶରେ ହିଁ ଏହି ଲୁଟ କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି ।

Advertisment

ପୁଲିସର କହିବା ଅନୁସାରେ, ବାଇକରେ ଥିବା ଲୁଟେରାଙ୍କୁ ଧରିବା ପାଇଁ ୪୮ ଘଣ୍ଟା ମଧ୍ୟରେ ୩୫୦ ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରିଛି ପୋଲିସ । କିନ୍ତୁ ସେମାନେ ହେଲମେଟ୍ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିନି । ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ୪ଜଣ ଲୁଟେରାଙ୍କୁ ଦେଖିବାକୁ ମିଥିବା ବେଳେ ଏହା ପଛରେ ଅନ୍ୟ କୌଣସି ବ୍ୟକ୍ତିର ହାତ ଥିବା ନେଇ ପୋଲିସ ସନ୍ଦେହ କରୁଛି । ଏଜେଣ୍ଟଙ୍କ ଅଭିସକୁ ଯାଇ ପଚରାଉଚରା କରିଛି ପୁଲିସ । ଏଜେଣ୍ଟଙ୍କ ପାଖରେ ଟଙ୍କା ଥିବା ନେଇ ଅଫିସର କୌଣସି ବ୍ୟକ୍ତି ଜାଣିଥାଇପାରନ୍ତି । ଆଉ ଟଙ୍କା ଲୁଟ୍ ପାଇଁ ଷଡଯନ୍ତ୍ର କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରି ଅଫସରେ କର୍ମଚାରୀଙ୍କୁ ପଚରାଉଚରା କରିଛି । ଆଉ ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ କରୁଛି ।

ତେବେ ଗତକାଲି ଘଟଣା କିଛି ଏହିପରି ଘଟିଥିଲା । ଡେଲିଭରି ଏଜେଣ୍ଟ୍ ଜଣଙ୍କ ପଇସା ଭର୍ତି ବ୍ୟାଗ ନେଇ ଏକ କାରରେ ଗୁରଗାଓଁ ଯାଉଥିଲେ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ପ୍ରଥମେ ଗୋଟିଏ ବାଇକରେ ୨ ଜଣ ବ୍ୟକ୍ତି କାର୍ ସାମ୍ନାରେ ଗାଡି ରଖି ପ୍ରଥମେ କାରକୁ ଅଟକାଉଛନ୍ତି । ଆଉ ପରେ ଆଉ ଏକ ବାଇକରେ ଆସୁଥିବା ଯୁବକ କାରରେ ଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଭର୍ତି ବ୍ୟାଗକୁ ଝାମ୍ପୁଛନ୍ତି । ସେହିଏପରି ପ୍ରଥମ ବାଇକରେ ଆସିଥିବା ଲୁଟେରା ବନ୍ଧୁକ ଦେଖାଇ ଡେଲିଭରି ଏଜଣ୍ଟଙ୍କୁ ଡରେଇରଖିଥିଲେ । ଯାହାଫଳରେ ଟଙ୍କା ଦେବା ପାଇଁ ବାଧ୍ୟ ହୋଇଥିଲେ ବ୍ୟକ୍ତିଜଣକ । ତେବେ ଏହି ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।