ସିଲ ହେଲା କଲେଜ । ଏକାଥରେ ୩୬ ପଜିଟିଭ ଚିହ୍ନଟ ପରେ ଭବାନୀପାଟଣା ପ୍ରଗତି କଲେଜ ସିଲ୍ ।

641

କନକ ବ୍ୟୁରୋ: ଘରୋଇ କଲେଜରୁ ୩୬ ପଜିଟିଭ ଚିହ୍ନଟ ଘଟଣା । ସିଲ ହେଲା ଭବାନୀପାଟଣାର ପ୍ରଗତି କଲେଜ । ଏକାଥରେ ଏତେ ସଂଖ୍ୟାର କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଡ ପଦକ୍ଷେପ । ତେବେ କଲେଜ ସିଲ ନେଇ କଳାହାଣ୍ଡି ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ବି ଟଷ୍ଟେ କରାଯିବ ।

ତେବେ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନ ଏବେ ହଟସ୍ପଟ ପାଲଟିଛି । ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି । କଳାହାଣ୍ଡି ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରେ ୩୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଗତି କଲେଜରେ ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ରହିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜ ପରିସରରେ ପହଂଚି ଅନ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଉଛନ୍ତି । ୮୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ଜଣାପଡିଛି ।