କନକ ବ୍ୟୁରୋ : ରାୟଗଡାର ଏକ ହୋଟେଲରୁ ଲୋକଶକ୍ତି ଅଭିଯାନର ସଭାପତିଙ୍କୁ ଅପହରଣ ଘଟଣା । ସାମ୍ବାଦିକ ସମ୍ମିଳନୀ କରି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ପୋଲିସ ପରିଚୟ ଦେଇ ତାଙ୍କୁ ହୋଟଲେରୁ ଉଠାଇ ନିଆଗଲା । ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି । ପୋଲିସ ଗୁଣ୍ଡାଗିରି କରିଛି । ବେଦାନ୍ତ ବିରୋଧୀ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ହୋଟେଲରୁ ଉଠାଇ ନେଇ ପୋଲିସ ତାଙ୍କ ବ୍ୟକ୍ତିଗତ ସ୍ୱାଧିନତା ଉପରେ ଆକ୍ରମଣ କରିଛି । ତେଣୁ ତାଙ୍କୁ ସରକାର ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଫୁଲ୍ଲ ସାମନ୍ତରା । ଏଥିସହ ସେ ପୋଲିସ ବିରୋଧରେ ଥାନାରେ ଏକ ଏତଲା ଦେଇଥିବା ସୂଚନା ଦେଇଛନ୍ତି । ଗତକାଲି ବେଦାନ୍ତ କମ୍ପାନୀ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବାକୁ ରାୟଗଡା ଯାଇଥିଲେ ଲୋକଶକ୍ତି ଅଭିଯାନର ସଭାପତି । ହୋଟେଲରେ ଥିବା ବେଳେ ପ୍ରଫୁଲ୍ଲଙ୍କୁ କିଛି ଅଜଣା ବ୍ୟକ୍ତି ଉଠାଇ ନେଇଥିଲେ । ସନ୍ଧ୍ୟାରେ ବ୍ରହ୍ମପୁର ହିଲପାଟଣା ସ୍ଥିତ ତାଙ୍କ ଘରେ ପ୍ରଫ୍ଲୁଲ୍ଲ ସାମନ୍ତରାଙ୍କୁ ଠାବ କରାଯାଇଥିଲା । ସାଦା ପୋଷାକରେ ଥାଇ ପୋଲିସର ପରିଚୟ ଦେଉଥିବା ଲୋକ ତାଙ୍କୁ ରାତି ପ୍ରାୟ ୯ଟା ୩୦ରେ ବ୍ରହ୍ମପୁର ଘରେ ଆଣି ଛାଡିଥିଲେ ବୋଲି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ।