କନକ ବ୍ୟୁରୋ: ଗରିବଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା । ହେଲେ ବହୁ ଯୋଜନାରୁ ବଂଚିତ ରହୁଛନ୍ତି ଅନେକ ଲୋକ । ପ୍ରତିବାଦ ବି କରୁଛନ୍ତି । ହେଲେ କିଛି ଲୋକଙ୍କ ସମସ୍ୟା ସମଧାନ ହେଉଛି । ଆଉ କିଛି ଜଣଙ୍କ ପ୍ରତିଶ୍ରୁତିରେ ରହିଯାଉଛି ସମସ୍ୟା । ଏମିତି ଗୀତ ଗାଇ ସରକାରଙ୍କୁ ଦୁଃଖ ଜଣାଇଲେ ଯାଜପୁରର ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ପ୍ରଫୁଲ୍ଲ ଦାସ । ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ପ୍ରଫୁଲ୍ଲଙ୍କ ପାଖରେ ଏବେ ବି ଅପହଂଚ ରହିଛି ଏହି ସବୁ ଯୋଜନା । ପୂର୍ବରୁ ଗୀତ ମାଧ୍ୟମରେ ସରକାରଙ୍କୁ ଗୁହାରି କରି ଯାଜପୁର ରଗଡ଼ି ଅଂଚଳର ପ୍ରଫୁଲ୍ଲ ଦାସ ଘରବାଡ଼ି ପଟ୍ଟା ପାଇଥିଲେ । ଦୀର୍ଘ ବର୍ଷ ପରେ ମଧ୍ୟ ସରକାରୀ ଯୋଜନାରେ ଘର ଖଣ୍ଡିଏ ନମିଳିବାରୁ ପୁଣି ଗୀତ ଗାଇ ଫାଇଭ-ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।