ମୃତ୍ୟୁ ପୂର୍ବରୁ ଚାଞ୍ଚଲ୍ୟକର ତଥ୍ୟ ଛାଡିଗଲେ ପ୍ରଫୁଲ୍ଲ ବିଶ୍ୱାଳ । ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତର ଫୋନକଲ୍ ଆଣିଲା ଭିନ୍ନ ମୋଡ ।

Advertisment
ମୃତ୍ୟୁ ପୂର୍ବରୁ ଚାଞ୍ଚଲ୍ୟକର ତଥ୍ୟ ଛାଡିଗଲେ ପ୍ରଫୁଲ୍ଲ ବିଶ୍ୱାଳ । ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତର ଫୋନକଲ୍ ଆଣିଲା ଭିନ୍ନ ମୋଡ ।

କନକ ବ୍ୟୁରୋ: ‘ନନା ମୁଁ କାବୁଆ କହୁଛି, ମୋର ଏବଂ ମୋର ସାନ ଭାଇର ପିଲାମାନେ ତୁମକୁ ଲାଗିଲେ । ଜଗନ୍ନାଥଙ୍କ ରାଣ ଖାଇ କହୁଛି, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଆମକୁ ଫସେଇ ଦେଲା । ତାହାରି ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ।’
ମାତ୍ର ଗୋଟିଏ ମିନିଟ୍ ୪୦ ସେକେଣ୍ଡର କଥାବାର୍ତା ପରେ ଅଚନାକ୍ ଫୋନ୍ଟି କଟିଗଲା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ କରିଥିବା ଫୋନ୍ କଲ୍ର ଏହି କିଛି ଅଂଶ ଯାହା ଏଫ୍ଆଇଆର୍ରେ ଅଛି, ଏବେ କାହାଣୀର ମୋଡ଼କୁ ବଦଳାଇ ଦେଇଛି ।

ଯଦି ଏଫ୍ଆଇଆର୍ରେ ରମାକାନ୍ତ ବିଶ୍ୱାଳ ଲେଖିଥିବା କଥା ସତ ତେବେ ଏଭଳି ପ୍ରଶ୍ନ ଆସିବା ସ୍ୱାଭାବିକ । କାରଣ, ପ୍ରଫୁଲ୍ଲ ବିଶ୍ୱାଳର ଏମିତି କ’ଣ ଆବଶ୍ୟକତା ପଡ଼ିଲା ଯେ, ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲା । ଯିଏ ବହୁ ଚର୍ଚ୍ଚିତ ମର୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ, ଯିଏ କୂଳମଣୀ ବରାଳଙ୍କୁ ହତ୍ୟା କରିଥିବା ଅଭିଯୋଗ ଅଛି, ସେ କାହିଁକି ହତ୍ୟା ହୋଇଥିବା କୁଳମଣୀଙ୍କ ପୁଅକୁ ଫୋନ୍ କରିବ? ଏହି ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା କଥାବାର୍ତାର କିଛି ଘଂଟାର ପରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଠାବ ହୋଇଥିଲା ।

ପ୍ରଫୁଲ୍ଲ ଓ ରାମାକାନ୍ତ ଭିତରେ ହୋଇଥିବା କଥାବାର୍ତାର ସମସ୍ତ ତଥ୍ୟ ପୁଲିସକୁ ଜଣାଇଛନ୍ତି ରମାକାନ୍ତ । ତରବରିଆ ହୋଇ କଥା ହେବା ଏବଂ ଅଚନାକ୍ ଫୋନ୍ କାଟି ଦେବା ପଛରେ ପ୍ରଫୁଲ ଭୟବିତ ଥିବା ଆଶଙ୍କା କରାଯାଉଛି । ତେଣୁ ଘଟଣାକୁ ସନ୍ଦେହ ବଢୁଛି । ବଡ଼ କଥା ହେଉଛି ପୂର୍ବରୁ ପ୍ରଫୁଲ୍ଲଙ୍କ ମା’ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ ତାଙ୍କ ପତ୍ନୀ କହିଛନ୍ତି, ସେ ଦେଖି ନାହାଁନ୍ତି ତେଣୁ କେମିତି କହିବେ ।

ଏସବୁ ଭିତରେ କଟକ ଗ୍ରମାଂଚଳ ଏସ୍ପି କହିଥିଲେ-ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଏଯାଏଁ କେବଳ ଦୁର୍ଘଟଣାଜନତି ବୋଲି କୁହାଯିବ । ତାଙ୍କ ମୃତ୍ୟୁ ପଛର ଅନ୍ୟ କିଛି କାରଣ ସମ୍ପର୍କରେ ଏଯାଏଁ କୌଣସି ସୂଚନା ନାହିଁ । ଗତ ଜାନୁୟାରୀ ୨ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ ବିଶ୍ୱାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe