ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ଦ୍ଦେଶ: କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣାର ହେବ ତଦନ୍ତ

413

କନକ ବ୍ୟୁରୋ: କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣାର ହେବ ତଦନ୍ତ । ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ, ଜେଇଙ୍କୁ ଉଠବସ କରାଉଥିବାର ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଜେଇ ଜଣକ ଆଜି ଘରକୁ ଫେରିବା ପରେ ବିଧାୟକଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ ।

ରାସ୍ତା କାମର ମାନକୁ ନେଇ ପାଟଣାଗଡ଼ ବିଧାୟକ ଅଭିଯୋଗ ଆଣି ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଯାଂଚ କରିଥିଲେ । କନିଷ୍ଠ ଯନ୍ତ୍ରୀଙ୍କ କହିବା ଅନୁସାରେ ସବୁ କିଛି ଠିକ ଥିବା ବେଳେ ବିଧାୟକ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ କନିଷ୍ଠ ଯନ୍ତ୍ରୀଙ୍କୁ ଚାପୁଡା ନମାରିଲେ ଲୋକେ ତାଙ୍କୁ ନିସ୍ତୁକ ପିଟିବେ ବୋଲି ଚେତାବନୀ ଦେଇଥିବା କହିଛନ୍ତି ଜେଇ ।

ଫଳରେ ବିଧାୟକଙ୍କ ଦାଦାଗିରିର ଆଉ ଏକ ରୁପ ସାମନାକୁ ଆସିଛି । ସେପଟେ ଗତକାଲି ସଂଧ୍ୟାରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ, ରାସ୍ତା ଉପରେ ଉଠବସ କରାଇବାର ଭିଜୁଆଲ ଭାଇରାଲ ହୋଇଥିଲା । । ସେପଟେ ବିଧାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । । ବୁଧବାର ତାଙ୍କ ସ୍ୱାମୀଙ୍କୁ ବିଧାୟକ ଓ ତାଙ୍କ କର୍ମୀ ଜୋରଜବରଦସ୍ତ ଘରୁ ଡାକି ନେଇଥିଲେ ବୋଲି କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ।