କନକ ବ୍ୟୁରୋ : ଜଣେ ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣାରେ ଏବେ ପ୍ରଯୋଜକ ଟୁଟୁ ନାୟକଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଆଜି ଥାନାରେ ହାଜର ହୋଇଛନ୍ତି ଟୁଟୁ ନାୟକ ।
ମହିଳା ସାମ୍ବାଦିକ ଜଣଙ୍କ ଏଭଳି ଅଭିଯୋଗ କରିବା ପରେ ଟୁଟୁ ନାୟକ ଏହା ଉପରେ ସ୍ପଷ୍ଟିକରଣ ଦେଇଥିଲେ । ସେ କହିଥିଲେ କି ସଂପୃକ୍ତ ସାମ୍ବାଦିକ ଜଣଙ୍କ ତାଙ୍କର ପରିଚିତ । ସେ ତାଙ୍କୁ ରାସ୍ତାରୁ ହଟିଯିବା ପାଇଁ କହିବା ପରିବର୍ତ୍ତେ ତାଙ୍କ ପିଠିରେ ହାତ ମାରି ତାଙ୍କୁ ଇଶାରା ଦେଇଥିଲେ । ହେଲେ ସାମ୍ବାଦିକ ଜଣଙ୍କ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ତାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା କଥା କହିଥିଲେ । ଏହାସହ ସେ ଏହି ଅଭିଯୋଗ ନେଇ ଖାରାବେଳ ଥାନାରେ ପହଂଚିଥିଲେ । ଏହା ସହ ସେ ଆଜି ସମାନ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କୁ ଭେଟି ମଧ୍ୟ ଅଭିଯୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Capture-6.jpg)