ମନୋଜ ମିଶ୍ରଙ୍କ ବିବାଦୀୟ ବ୍ୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସନଲିସା । କହିଲେ, ମନୋଜଙ୍କ ଉପରେ ଲଗାଯାଇନାହିଁ କୌଣସି ବ୍ୟାନ୍

187

କନକ ବ୍ୟୁରୋ : ଓଲିଉଡ ଅଭିନେତା ମନୋଜ ମିଶ୍ର ଉପରେ ଲଗାଯାଇନାହିଁ କୌଣସି ବାସନ୍ଦ । ଉକ୍ରଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସର ଚିଠି ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପ୍ରଥା ଫିଲ୍ମର ପ୍ରଯୋଜିକା ସନଲିସା ପଟେଲ । କହିଛନ୍ତି, ମନୋଜ ମିଶ୍ରଙ୍କ ଉପରେ କୌଣସି ଅଫିସିଆଲ ବ୍ୟାନ ଲଗାଯାଇନାହିଁ । ସନଲିସା କହିଛନ୍ତି, ଓଡ଼ିଶାବାସୀ ଭାବୁଛନ୍ତି, ମନୋଜ ମିଶ୍ରଙ୍କ ସହ ଯାହା ଘଟିଛି ତାହା ଭୁଲ୍, କିନ୍ତୁ ବାସ୍ତବରେ ସେମିତି କିଛି ଘଟିନାହିଁ । ସନ୍ଲିସା ଆହୁରି କହିଛନ୍ତି ଯେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ଲେଖାହୋଇଛି, ଯେହେତୁ ଉପକୂଳ ଓଡ଼ିଶାରେ ମାଇଣ୍ଡ ଗେମ୍କୁ   ଚଲାଇ ଦିଆଗଲା ନାହିଁ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ସିନେମାକୁ ଚଲାଇ ଦିଆଯିବ ନାହିଁ । କିନ୍ତୁ ସନଲିସା ଦୃଢ଼ତାର ସହ କହିଛନ୍ତି ଯେ ଏବେବି ଉପକୂଳ ଓଡ଼ିଶାରେ ମାଇଣ୍ଡଗେମ୍ ଫିଲ୍ମ ଚାଲିଛି । ସେପଟେ ୨୩ ତାରିଖରେ ବିଧାନସଭା ଆଗରେ ଧାରଣା ଦେବେ ସନଲିସା । ଏହି ଧାରଣାରେ ସାମିଲ ହେବା ପାଇଁ ସେ ମନୋଜ ମିଶ୍ରଙ୍କୁ ମଧ୍ୟ ନିବେଦନ କରିଛନ୍ତି ।