ପ୍ରଧାନମନ୍ତ୍ରୀ ଆବାସରୁ ହଟାଯାଉ ବିଜୁ ପକ୍କାଘର ଲୋଗୋ । ବିଧାନସଭାରେ ଦାବି କରି ବିଜେପି ସଦସ୍ୟଙ୍କ ହଙ୍ଗାମା, ଲୋଗୋ ହଟାଇବା ପାଇଁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ।

104

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ବିଜୁ ପକ୍କା ଘର ଲୋଗୋ ପ୍ରସଙ୍ଗ । ବିଜେପି ବିଧାୟକମାନେ ବିଜୁ ପକ୍କା ଘର ଲୋଗୋ ବ୍ୟବହାରକୁ ବିରୋଧ କରି ଆଜି ଗୃହରେ ହଙ୍ଗାମା କରିଛନ୍ତି । ବିଜୁ ପକ୍କା ଘର ଲୋଗୋ ବ୍ୟବହାର କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଥିବା ଅଭିଯୋଗ ବାଢିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଲାଗିପାରିବ ନାହିଁ ବିଜୁ ପକ୍କା ଘର ଲୋଗୋ । ଏଥିପାଇଁ ଓଡିଶା ସରକାରଙ୍କୁ ଚିଠି ଲେଖି ବାରଣ କରିଛନ୍ତି କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ । ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ, ତେଣୁ ଏହାକୁ ବ୍ୟବହାର ନକରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଏହାକୁ ପ୍ରସଙ୍ଗ କରି ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।

ଏହାପୂର୍ବରୁ ମଧ୍ୟ ବିଜୁ ପକ୍କା ଘର ଲୋଗୋକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି । ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲେଖାଯାଉଥିବା ଘଟଣା ସାମ୍ନାକୁ ଆଣିଥିଲା ବିଜେପି । ଗତ ଡିସେମ୍ବରରୁ ଏନେଇ ବିରୋଧ କରି ଆସୁଥିଲା ବିଜେପି ।  ଏନେଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲା ବିଜେପି ।

Comments are closed.