କନକ ବ୍ୟୁରୋ : କଳାହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବର୍ଜନ । ମୁଖ୍ୟମନ୍ତ୍ରୀ ଅଲଗା ମଂଚରେ ବସିବାକୁ ବିରୋଧ କରି ସମାବେଶକୁ ବିରୋଧୀ ଦଳ ନେତା ବର୍ଜନ କରିଛନ୍ତି । ପ୍ରଦୀପ୍ତ ନାୟକ କହିଛନ୍ତି, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ ସେ ବିରୋଧ କରୁଛନ୍ତି । ଲୋକଙ୍କ ଟଙ୍କାକୁ ସରକାର ଦଳୀୟ ପ୍ରଚାରରେ ଲଗାଉଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି, କଳାହାଣ୍ଡିରେ ଲୋକଙ୍କ ଅର୍ଥକୁ ଦଳୀୟ ପ୍ରଚାରରେ ଲଗାଉଛନ୍ତି ସରକାର । ବିଡିଓମାନଙ୍କ ଜରିଆରେ ପ୍ରଚାର କରୁଛନ୍ତି । ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି । ଲୋକ ପ୍ରତିନିଧିଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ୨୦୧୩ରେ ସେଠି ଉଠା ଜଳସେଚନ ବ୍ୟବସ୍ଥା କରାଯାଇଥିଲା । ଏହା ଏବେ ଦିଗହରା । ନିବାଚିତ ପ୍ରତିନିଧିଙ୍କୁ ଗୁରୁତ୍ୱ ଦିଆଯାଉନଥିବା କହିଛନ୍ତି ପ୍ରଦୀପ୍ତ ନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/30-10.jpg)