ରାଜନୀତିର ପାଣିକୁ ପୁଣି ଗୋଳିଆ କଲା ପ୍ରଦୀପଙ୍କ ବୟାନ

34

ଭୁବନେଶ୍ୱର : ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ପାଜେରୋ ଗିଫ୍ଟ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । ଗୋଟିଏ ଲୋକ ତିନିଟି କଥା । ଭିନ୍ନ ଭିନ୍ନ ଦିନରେ ଭିନ୍ନଭିନ୍ନ ବୟାନ ଦେଇଛନ୍ତି ପ୍ରଦୀପ ସେଠୀ । କେଉଁଠି କହୁଛନ୍ତି ଗାଡି ଦିଆଯାଇଥିବା କଥା ସତ । ତ ପୁଣି କେବେ କହୁଛନ୍ତି ଏହା ବିଗେଷ୍ଟ ଜୋକ ଅଫ ଦି ଇଅର । ପ୍ରଦୀପଙ୍କ ଏଭଳି ବୟାନ ବଦଳାଇବା ପଛରେ କଣ ଥାଇପାରେ କାରଣ । ତାର ଖୋଳତାଡକୁ ପ୍ରସଙ୍ଗ କରି ରାଜନୀତି ଏବେ ଜୋର ଧରିଛି । ସେପଟେ କନକ ନୁ୍ୟଜରେ ପ୍ରଦୀପ ସେଠୀଙ୍କ ଫୋନ ସାକ୍ଷାତକାର ପ୍ରସାରଣ ପରେ ଏହାର ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି । କେଉଁ ପରିସ୍ଥିତିରେ ଜଣେ ଅଭିଯୁକ୍ତର ଫୋନ ଇଂଟର୍ଭୁ୍ୟ ନିଆଗଲା ତାର ତଦନ୍ତ କରିବ କମିଶନରେଟ ପୁଲିସ ।