‘ ମୁଁ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଚାହୁଁଛି’ : ବିଜୟ ହାସଲ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ନବୀନଙ୍କ ପ୍ରଶଂସା

11,656

କନକ ବ୍ୟୁରୋ: ବ୍ରହ୍ମପୁରରୁ ଭଲ ମାର୍ଜିନରେ ବିଜୟ ହାସଲ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜୟ ପରେ କହିଛନ୍ତି, ‘ମୋତେ ମୋଦୀ ସରକାର ଯୋଗ୍ୟ ମନେକରି ସୁଯୋଗ ଦେଲେ । ଏଥିପାଇଁ ବିଜେପି ସରକାରଙ୍କ ସହ ପ୍ରଭୁ ଜଗନ୍ନାଥ, ଓ ଓଡିଶାବାସୀଙ୍କ ପାଖରେ କୃତଜ୍ଞ । କିନ୍ତୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଚିର କୃତଜ୍ଞ ।କାରଣ ଆଜି ସେ ଯେଉଁ ଜାଗାରେ ପହଞ୍ଚିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ । ସେ ହିଁ ମୋତେ ଇଣ୍ଟରଭ୍ୟୁ କରି ଦଳରେ ସ୍ଥାନ ଦେଇଥିଲେ । ନିର୍ବାଚନ ଲଢିବାକୁ ସୁଯୋଗ ଦେଲେ । ତାପରେ ୩ ଥର ବିଧାୟକ ହେବାକୁ ସୁଯୋଗ ଦେଲେ । ମନ୍ତ୍ରୀ ପଦ ମଧ୍ୟ ଦେଲେ, ଆହୁରି ଅନେକ କିଛି ସୁଯୋଗ ଦେଇଛନ୍ତି । ତେଣୁ ତାଙ୍କୁ ଥରୁଟିଏ ହେଲେ ବି ମୁଁ ଦେଖା କରିବାକୁ ଚାହୁଁଛି’ ବୋଲି କହିଛନ୍ତି ପ୍ରଦୀପ ।