କନକ ବ୍ୟୁରୋ: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ଅଭିଯୋଗ । ସାମ୍ନାକୁ ଆସିଛି ଆକ୍ରମଣ ବେଳର ସିସିଟିଭି ଭିଜୁଆଲ । ଏହି ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ଏବେ ସେ ଏମକେସିଜି ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିଲେ । ଏହି ସମୟରେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି । ପରେ କଥା କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମୁହାଁମୁହିଁ । ଶିବଶଙ୍କର ପ୍ରଦୀପଙ୍କୁ ମାଡ ମାରିଥିବା ଅଭିଯୋଗ ।
/kanak/media/post_attachments/wp-content/uploads/2024/05/4-23.jpg)