କନକ ବ୍ୟୁରୋ: କୋରାପୁଟର ପୂର୍ବତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଗତ ଜୁଲାଇ ୨ ତାରିଖରେ ସେ ଭୁବନେଶ୍ୱରକୁ ଆସୁଥିବାବେଳେ ତାଙ୍କ ଗାଡିରୁ ରାଜ୍ୟ ଭିଜିଲାନ୍ସ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ପ୍ରଦୀପ୍ତ । ତାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଗିରଫ ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିବା ସହ ତାଙ୍କ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରିଥିଲା ।