ନାମାଙ୍କନ ଭରିଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସେପଟେ  ଜୟପୁରରେ ତାରା ବାହିନୀପତି କଲେ ପ୍ରାର୍ଥିପତ୍ର ଦାଖଲ । 

232

କନକ ବ୍ୟୁରୋ: ନାମାଙ୍କନ ଭରିଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ବିନା ଶୋଭାଯାତ୍ରାରେ ଅଳ୍ପ କିଛି ଜଣ ସମର୍ଥକଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଦୀପ । ପରବର୍ତ୍ତୀ ସମୟରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ଗହଣରେ ଆସି ପୁଣିଥରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ପ୍ରଦୀପ ମାଝୀ କହିଛନ୍ତି । ନିର୍ବାଚନରେ ବହୁ ଭୋଟରେ ସାଂସଦ ଭାବେ ନିଜେ ବିଜୟୀ ହେବା ସହିତ ସମସ୍ତ ବିଧାୟକ ପ୍ରାର୍ଥୀ ମଧ୍ୟ ବିଜୟୀ ହେବେ ବୋଲି ପ୍ରଦୀପ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ଜୟପୁରରେ ମଧ୍ୟ  କଂଗ୍ରେସର ତାରା ପ୍ରସାଦ ବାହିନୀପତି ପୁଣିଥରେ ଗଡ ବଜାୟ ରଖିବାକୁ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରୟାସ । ଆଜି ବିଶାଳ ସମାବେଶରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।