କନକ ବ୍ୟୁରୋ : ମନ୍ତ୍ରୀଙ୍କ ମିଛକୁ ନେଇ ବିଧାନସଭା ଅଚଳ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମୁହଁରେ ଦୁଇଟି କଥା । ଥରେ କହିଛନ୍ତି ଚାଷଜନିତ କ୍ଷତିପାଇଁ ଆତ୍ମହତ୍ୟା ନୁହେଁ, ଆଉଥରେ କହିଛନ୍ତି ପୁଣି ତଦନ୍ତ କରିବେ । ବରଗଡର ଚାଷୀ ହାଡୁ ବଗର୍ତି ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ବୟାନ ସରକାରକୁ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି ।
ସରକାରଙ୍କ ଛବି ସୁଧାରିବାକୁ ଯାଇ କୃଷିମନ୍ତ୍ରୀଙ୍କ ମିଛ ବୟାନକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ । ଏନେଇ ଆଜି ସରକାରଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଚି କଂଗ୍ରେସ । ବରଗଡ ଜିଲ୍ଲାପାଳଙ୍କ ନିଲମ୍ବନ ସହ ଗୃହ କମିଟି ଦ୍ୱାରା ଘଟଣାର ତଦନ୍ତ ପାଇଁ ଦାବି ହୋଇଛି । ଦାବି ପୂରଣ ନ ହେଲେ ଗୃହ ଚାଲି ପାରିବନି ବୋଲି ବିରୋଧୀ ଦଳ ଚେତାବନୀ ଦେଇଛି ।
ଅଚଳ କଲା ମନ୍ତ୍ରୀଙ୍କ ମିଛ ! ପ୍ରଦୀପ ମହାରଥୀଙ୍କ ବୟାନକୁ ନେଇ ବିଧାନସଭାରେ ହଟ୍ଟଗୋଳ
/kanak/media/post_attachments/wp-content/uploads/2017/03/vlcsnap-2017-03-14-19h32m25s701.png)