ମହାରଥୀଙ୍କ ଧର୍ମେନ୍ଦ୍ର ଉପାଖ୍ୟାନ ! ପ୍ରଶଂସା ପରେ ସଫେଇ ରଖିଲେ କୃଷିମନ୍ତ୍ରୀ

25

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହାରଥୀଙ୍କ ପ୍ରଶଂସା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ । ମହାରଥୀ କହିଛନ୍ତି ନିର୍ବାଚନ ମଇଦାନରେ ଲଢେଇ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବା ସଭାସମିତିରେ ଆମ ଭିତରେ ଭଲ ସଂପର୍କ ରହିବା ଉଚିତ୍ ।

ସେହିପରି ଗୀତା ମେହେଟ୍ଟାଙ୍କ ସଂପର୍କରେ ମତ ଦେବା ଠିକ୍ ହେବନି ବୋଲି ସେ କହିଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳ ସଂପର୍କରେ ମତ ଦେଇ ମହାରଥୀ କହିଛନ୍ତି, ମୋର ସେ ନେଇ କିଛି ଆଶଙ୍କା ନାହିଁ । ଦେଖିବା, ନୟାଗଡ଼ରେ ମହାରଥୀ ଦେଇଥିବା ତିନି ଡାଇଲଗ୍ ।