୩୦୦୦ ଟଙ୍କାର ପେନସନ୍ ପାଇଁ ଫେବୃଆରୀ ୧୫ ତାରିଖରୁ କରିପାରିବେ ଆବେଦନ ! ଜାଣନ୍ତୁ କ’ଣ ରହିଛି ସର୍ତ୍ତ ଏବଂ ନିୟମ ।

୩୦୦୦ ଟଙ୍କାର ପେନସନ୍ ପାଇଁ ଫେବୃଆରୀ ୧୫ ତାରିଖରୁ କରିପାରିବେ ଆବେଦନ ! ଜାଣନ୍ତୁ କ’ଣ ରହିଛି ସର୍ତ୍ତ ଏବଂ ନିୟମ ।

Firstpost Hindi

ମୋଦି ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ସର୍ତ୍ତ ଜାରୀ କରିଦେଇଛନ୍ତି । ଏହି ଯୋଜନା ୧୫ ପେବୃଆରୀ ୨୦୧୯ ରୁ ଲାଗୁ ହେବାକୁ ଯାଉଛି । ଏହି ଯୋଜନା ଅନ୍ତର୍ଗତ ଅସଙ୍ଗଠିତ କ୍ଷେତ୍ର କାମ କରୁଥିବା ଲୋକଙ୍କୁ ୬୦ ବର୍ଷ ବୟସ ପରେ ୩୦୦୦ ଟଙ୍କା ପ୍ରତିମାସରେ ପେନସନ୍ ଦିଆଯିବ । ସରକାର ଏହି ଯୋଜନାର ଘୋଷଣା ୧ ଫେବୃଆରୀରେ ହୋଇଥିବା ଅନ୍ତିମ ବଜେଟ୍ ରେ ଘୋଷଣା କରିଥିଲେ । ତେବେ ଉକ୍ତ କର୍ମଚାରୀଙ୍କ ବୟସ ସୀମା ୧୮ ବର୍ଷରୁ କମ୍ ଏବଂ ୪୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ପୂର୍ବରୁ କେନ୍ଦ୍ର ସରକାରଙ୍କ କୌଣସି ଅନ୍ୟ ପେନସନ୍ ସ୍କିମ୍ ସହାୟତା ପାଉଥିଲେ କର୍ମଚାରୀଙ୍କୁ ଏହି ଯୋଜନାର ଲାଭ ମିଳିପାରିବ ନାହିଁ ।

publive-image

ଏହି ଯୋଜନାରେ କିଏ ହୋଇପାରିବେ ସାମିଲ ? 

ଏହି ଯୋଜନା ରିକ୍ସା ଚାଳକ, ଶ୍ରମିକ, ମିସ୍ତ୍ରୀ, ଅଳିଆ ଗୋଟାଉଥିବା ଲୋକ, ହସ୍ତଶିଳ୍ପୀ, କୃଷକ,ମୋଚି, ଧୋବା, ଚମଡା କାମ କରୁଥିବା ଲୋକ ଏବଂ ଟ୍ରେନ୍ ଲାଇନ୍ କାମ କରୁଥିବା ବ୍ୟକ୍ତି ଏବଂ ଏହିପ୍ରକାରର ଅନ୍ୟ କାମ କରୁଥିବା ଲୋକଙ୍କୁ ଏହି ଯୋଜନାର ସୁବିଧା ମିଳିପାରିବ । ମେଗା ପେନସନ୍ ଯୋଜନାରେ ଜଡିତ ହେବା ପାଇଁ ଏହି କ୍ଷେତ୍ରରେ ଥିବା ଲୋକମାନଙ୍କର ୧୫,୦୦୦ ଟଙ୍କାରୁ ଅଧିକ ଇନକମ୍ ହୋଇନଥିବା ଆବଶ୍ୟକ । ଉକ୍ତ ବ୍ୟକ୍ତିଙ୍କ ସେଭିଙ୍ଗ୍ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ନମ୍ବର ହେବା ଆବଶ୍ୟକ । ଯୋଜନା ସହିତ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ଶ୍ରମିକ ଜଡିତ ହେବାପାଇଁ ୫୫ ଟଙ୍କା ମାସିକ ଜମା କରିବାକୁ ପଡିବ । ସମରାଶିର ଅଂଶଦାନ ସରକାର ମଧ୍ୟ କରିବେ । ଏହି ଯୋଜନାରେ ୨୯ ବର୍ଷ ବୟସ୍କ ଜଡିତ ହେବାପାଇଁ ମାସିକ ୧୦୦ ଏବଂ ୪୦ ବର୍ଷ ବୟସ୍କ ଜଡିତ ହେବାପାଇଁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ । ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଯୋଜନାରେ ଅଂଶଦାନ କରିବାକୁ ପଡିବ ।

publive-image

ମୃତ୍ୟୁ ହେବା ପରେ ଟଙ୍କାର ହେବ କ’ଣ ? 

ଯୋଜନାରେ ଏହି ପ୍ରାବଧାନ ରହିଛି କି ଯଦି କୌଣସି ଶ୍ରମିକ ନିୟମିତ ଭାବରେ ଅଂଶଦାନ କରୁଛନ୍ତି ଏବଂ କୌଣସି କାରଣରୁ ତାଙ୍କ ମୃତ୍ୟୁ ଯଦି ହୋଇଯାଉଛି ତେବେ ତାଙ୍କ ପତ୍ନୀ ଏହି ଯୋଜନାକୁ ଆଗକୁ ବଢାଇପାରିବେ । ଯଦି ଲାଭାର୍ଥଙ୍କ ପତି କିମ୍ବା ପତ୍ନୀ ଅଧାରୁ ଏହି ଯୋଜନାରୁ ବାହାର ହେବାପାଇଁ ଚାହୁଁଛନ୍ତି ତେବେ ଅଂଶଦାନ ଉପରେ ସୁଧ ସମେତ ସମ୍ପୁର୍ଣ୍ଣ ରାଶି ପ୍ରାପ୍ତ କରିପାରିବେ ଏବଂ ଯୋଜନାରୁ ବାହାର ହୋଇପାରିବେ ।

publive-image

ବିକଳାଙ୍ଗ ହେଲେ କ’ଣ ହେବ ? 

ଏହି ଯୋଜନା ଅନ୍ତର୍ଗତ ଲାଭାର୍ଥ ଯଦି ଦିବ୍ୟାଙ୍ଗ ହୋଇଯାଉଛନ୍ତି ତେବେ ମଧ୍ୟ ତାଙ୍କ ପତ୍ନୀ ଏହି ଯୋଜନାକୁ ଆଗକୁ ନେଇପାରିବେ କିମ୍ବା ଯୋଜନାରୁ ବାହାରିପାରିବେ । ଅଧିସୁଚନାରେ ଘୋଷଣା କରାଯାଇଛି କି ପେନସନ୍ ଆରମ୍ଭ ହେବା ପରେ ଲାଭାର୍ଥୀଙ୍କ ମୃତ୍ୟୁ କିମ୍ବା ବିକଳାଙ୍ଗ ସ୍ଥିତିରେ ତାଙ୍କ ପତ୍ନୀ କିମ୍ବା ପତୀଙ୍କୁ ଏହାର ହକଦାର କରାଯିବ । ତାଙ୍କୁ ପେନସନ୍ ର ୫୦ ପ୍ରତିଶତ ସରକାରଙ୍କ ତରଫରୁ ମିିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe