ଜଙ୍ଗଲ ନିଆଁ : କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର

83

କନକ ବ୍ୟୁରୋ : ଓଡିଶାରେ ବ୍ୟାପକ ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ମନ୍ତ୍ରୀଙ୍କୁ ଭେଟିବା ସହ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଚିଠିରେ ଜଙ୍ଗଲ ସମ୍ପଦ, ଜୈବବିବିଧତା, କୃଷକ ଓ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି ବୋଲି ଉଲ୍ଲେଖ କରିଛନ୍ତି ।

ଓଡିଶାର ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର ୩୫ ପ୍ରତିଶତ ହୋଇଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏକ କମିଟି ଗଠନ କରି, ଦୀର୍ଘ ମିଆଦି ଯୋଜନା କରିବାକୁ ଅନୁରୋଧ କରିଛନ୍ତି । ଅନେକ ସ୍ଥାନକୁ ଅଗ୍ନିଶମ ଗାଡି ପହଞ୍ଚିବା ସମ୍ଭବ ହେଉନଥିବାରୁ ନିଆଁ ଲିଭାଇବା ପାଇଁ ହେଲିକପ୍ଟର ଓ ଆକାଶର୍ମାଗରୁ ଅନ୍ୟାନ୍ୟ ଉପାୟର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ।