ସେପ୍ଟେମ୍ବର ମାସରେ ମିଳିବ ମାଗଣା ଗ୍ୟାସ । ଆପଣ ବି ପାଇପାରିବେ ସରକାରଙ୍କ ଏହି ମାଗଣା ଗ୍ୟାସ, କେବଳ ଏହି ପ୍ରମାଣପତ୍ରର ରହିଛି ଆବଶ୍ୟକ...ଜାଣନ୍ତୁ ପୂରା ପ୍ରକ୍ରିୟା

Advertisment
ସେପ୍ଟେମ୍ବର ମାସରେ ମିଳିବ ମାଗଣା ଗ୍ୟାସ । ଆପଣ ବି ପାଇପାରିବେ ସରକାରଙ୍କ ଏହି ମାଗଣା ଗ୍ୟାସ, କେବଳ ଏହି ପ୍ରମାଣପତ୍ରର ରହିଛି ଆବଶ୍ୟକ...ଜାଣନ୍ତୁ ପୂରା ପ୍ରକ୍ରିୟା

କନକ ବ୍ୟୁରୋ : ଆପଣ କେନ୍ଦ୍ର ସରକାରଙ୍କ ମାଗଣା ସିଲିଣ୍ଡର ଆପଣ ପାଇନାହାନ୍ତି କି ? ଯଦି ନାଁ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ମାଗଣା ସିଲିଣ୍ଡର ଦେବାକୁ କେନ୍ଦ୍ର ସରକାର ଲୋକଙ୍କୁ ଶେଷ ସୁଯୋଗ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଳା ଯୋଜନା ଅଧୀନରେ ଏଣିକି ଆପଣ ମାନେ ପାଇପାରିବେ ଗ୍ୟାସ । ତେବେ ଜମା ବି ଡେରି ନକରି କେମିତି ଏହି ଯୋଜନାର ଲାଭ ପାଇବେ ସେନେଇ ତୁରନ୍ତ ଯୋଗାଯୋଗ କରନ୍ତୁ ନିକଟସ୍ଥ ଏଲପିଜି କେନ୍ଦ୍ରରେ କାରଣ ହାତରେ ରହିଛି କମ ସମୟ ।

ମାଗଣା ଗ୍ୟାସ ପାଇବାର ଶେଷ ସୁଯୋଗ
ସେପ୍ଟେମ୍ବର ମାସରେ ମିଳିବ ମାଗଣା ଗ୍ୟାସ

ବିପିଏଲ କାର୍ଡ ଥିଲେ ମିଳିବ ମାଗଣା ଗ୍ୟାସ
ନାମ ପଞ୍ଜୀକରଣ କରନ୍ତୁ, ଯୋଜନାର ଲାଭ ପାଆନ୍ତୁ

ଗରୀବ ଲୋକଙ୍କୁ ମାଗଣାରେ ସିଲିଣ୍ଡର ଯୋଗାଇବା ପାଇଁ ପିଏମୟୁୱାଇ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଲୋକଙ୍କୁ ଗ୍ୟାସ ବି ମିଳୁଛି । ମିଳିଥିବା ସୂଚନା ଅନୁସାରେ, ୨୦୧୬ ମସିହାରେ ୩ ବର୍ଷ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାର ଅବଧି ପୂରଣ ହେବା ପରେ ବି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସରକାର ଏହାର ସୀମାକୁ ବଢାଇ ଦେଇଛନ୍ତି । ଏପରି ପରିସ୍ଥିତିରେ, କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନାର ଲାଭ ଉଠାଇବାକୁ ଆପଣଙ୍କୁ ଶେଷ ସୁଯୋଗ ପୁଣି ଥରେ ଦେଇଛନ୍ତି କେନ୍ଦ୍ର ସରକାର । ଯଦି ଆପଣଙ୍କ ପାଖରେ ବିପିଏଲ କାର୍ଡ ଅଛି ଏବଂ ଆପଣ ଗ୍ୟାସ ପାଇନାହାନ୍ତି ତେବେ ଜମା ବି ଡେରି ନକରି ତୁରନ୍ତ ଯୋଜନାରେ ନିଜକୁ ସାମିଲ କରାଇ ନିଅନ୍ତୁ । ନିଜର ନାମ ପଂଜୀକରଣ କରି ଆପଣ ବି ମାଗଣା ଗ୍ୟାସ ସିଲିଣ୍ଡର ପାଇପାରିବେ ଓ ଉଜ୍ଜ୍ଳା ଯୋଜନାର ହିତାଧିକାରୀ ହୋଇପାରିବେ ।

୭ କୋଟି ୪୦ ଲକ୍ଷ ମହିଳା ପାଇବେ ମାଗଣା ଗ୍ୟାସ୍

୨୦୧୬ ମସିହାରେ ଗରୀବ ଲୋକଙ୍କୁ ମାଗଣାରେ ଗ୍ୟାସ ଦେବାକୁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ କେମିତି ଗ୍ୟାସ ସଂଯୋଗ ଦିଆଯାଇପାରିବ ସେଥିପାଇଁ ମୋଦି ସରକାର ଏହି ଯୋଜନା କରିଥିଲେ । ଯୋଜନାର ମୂଳ ଲକ୍ଷ୍ୟ ଥିଲା ଯେ, ଗ୍ରାମାଚଂଳରେ କାଠ ଓ ଗୋବରର ବ୍ୟବହାରରୁ ହେଉଥିବା କ୍ଷତିକୁ ରୋକିବା । ତେବେ ସରକାରଙ୍କ ଏହି ଯୋଜନାର ଅବଧି ୨୦୨୦ ମସିହା ଏପ୍ରିଲ ପର୍ଯ୍ୟନ୍ତ ରହିଥିଲା କିନ୍ତୁ କରୋନା ସଂକଟକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ପୁଣି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ରର ଘୋଷଣା ଅନୁସାରେ, ସେପ୍ଟେମ୍ବର ସୁଦ୍ଧା ୭.୪ କୋଟି ମହିଳାଙ୍କୁ ଯୋଗାଇ ଦିଆଯିବାକୁ ଥିବା ଗ୍ୟାସ ପାଇଁ ୧୩ କୋଟି ୫ ଶହ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ପାଇବେ କିଏ ?
ପିଏମୟୁୱାଇ ଯୋଜନା ଅଧୀନରେ ବିପିଏଲ ବର୍ଗ ଅଧୀନରେ ଥିବା ପରିବାର ଲାଭ ପାଆନ୍ତି ।
ବିପିଏଲ ପରିବାରର ମହିଳାମାନେ ଏହି ଯୋଜାନରେ ସେମାନଙ୍କ ନାମରେ ଗ୍ୟାସ ସଂଯୋଗ ନେଇପାରିବେ ।
ଆବେଦନକାରୀ ମହିଳା ୧୮ ବର୍ଷରୁ ଅଧିକ ବୟସ୍କ ହୋଇଥିବା ଦରକାର ।
ବିପିଏଲ କାର୍ଡଧାରୀ ନିଶ୍ଚିତ ଭାବରେ ଗ୍ରାମୀଣ ବାସିନ୍ଦା ହୋଇଥିବେ
ଗ୍ୟାସ ସବସିଡି ପାଇବାକୁ ହେଲେ ଦେଶର କୌଣସି ଜାତୀୟ ବ୍ୟାଙ୍କରେ ଆକାଉଣ୍ଟ ଥିବା ନିହାତି ଦରକାର ।
ଯାହାର ପରିବାରର ପୂର୍ବରୁ ଏଲପିଜି ସଂଯୋଗ ଅଛି ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ ।
ଆବେଦନକାରୀ ମହିଳାଙ୍କ ପାଖରେ ବିପିଏଲ କାର୍ଡ ଥିବା ଦରକାର ।

ପିଏମୟୁୱାଇ ଯୋଜନା ପାଇଁ କିପରି କରିବେ ଆବେଦନ ?

ବିପିଏଲ ପରିବାରର କୌଣସି ମହିଳା ବି ଏହି ଯୋଜନା ପାଇଁ ଆବେଦନ କରିପାରିବେ ।
ଆବେଦନ ପାଇଁ ନିକଟସ୍ଥ ଏଲପିଜି କେନ୍ଦ୍ରରେ କେୱାସି ଫର୍ମ ଦାଖଲ କରିବାକୁ ପଡିବ ।
ନିଜର ନାମ, ପୂରା ଠିକଣା, ଜନଧନ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଧାର ନମ୍ବର ଆବେଦନ ଫର୍ମ ସହ ଦେବାକୁ ପଡିବ ।
ଆପଣ କେତେ ଲିଟର ଗ୍ୟାସ ସିଲିଣ୍ଡର ନେବେ ତାହାକୁ ମଧ୍ୟ ଉଲ୍ଲେଖ କରିବାକୁ ପଡିବ ।

ଯୋଜନା ପାଇବା ପାଇଁ କେଉଁ ପ୍ରମାଣ ପତ୍ରର ରହିଛି ଆବଶ୍ୟକ?

ପ୍ରାଧୀକୃତ ବିପିଏଲ କାର୍ଡ
ବିପିଏଲ କାର୍ଡ ପଞ୍ଚାୟତ ମୁଖ୍ୟ କିମ୍ବା ପୌରପାଳିକା ଚେୟାରମ୍ୟାନଙ୍କ ଦ୍ୱାରା ପ୍ରମାଣତି ହେବା ଦରକାର ।
ଆଧାର କିମ୍ବା ଭୋଟର ପରିଚୟ ପତ୍ର
ଏକ ପାସପୋର୍ଟ ଆକାରର ଫଟୋ
ଜନଧନ ବ୍ୟାଙ୍କ ଆକାଉଣ୍ଟ ନମ୍ବର
ଆଧାର କାର୍ଡ ନମ୍ବର
ଏଲଆଇସି ପଲିସିର ତଥ୍ୟ

ତେବେ ଏହି ଯୋଜନା ସମ୍ପର୍କରେ ଅଧିକ ଜାଣିବାକୁ ଇଚ୍ଛା ରଖିଥିଲେ ଆପଣ ପେଟ୍ରୋଲିୟ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ୍ କୁ ଯାଇ ଅଧିକ ତଥ୍ୟ ପାଇପରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe