ଦୂର ହେବ ଭବିଷ୍ୟତ ଚିନ୍ତା । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ପେନସନ୍ ଯୋଜନାରେ ମିଳିବ ବଡ଼ ଫାଇଦା, ପଢ଼ନ୍ତୁ ଏବଂ ଦେଖନ୍ତୁ ବୁଢା ବୟସରେ ଘରେ ବସି କିଭଳି ପାଇବେ ଟଙ୍କା ।

1,960

କନକ ବ୍ୟୁରୋ: ସାଧାରଣତଃ ଗରିବ ପରିବାରର ଲୋକେ ତାଙ୍କର ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । ଦିନ ମଜୁରି କରି ଯାହା ଟଙ୍କା ଆଣନ୍ତି ତାହା ପରିବାର ପ୍ରତିପୋଷଣରେ ଖର୍ଚ୍ଚ ହୋଇଯାଏ । ଭବିଷ୍ୟତ ପାଇଁ ଟଙ୍କା ସମୟ କରି ରଖିବା ସମ୍ଭବ ହୋଇପାରେନି । ତେବେ ଏଭଳି ପରିସ୍ଥିତିରେ ପିଏ ଶ୍ରମଯୋଗୀ ମନଧନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜର ଭବିଷ୍ୟକୁ ସୁଦୃଢ କରିପାରେବେ ।

ଏହି ଯୋଜନାରେ ସାମିଲ ହେବାକୁ ହେଲେ ୧୮ ବର୍ଷ ବୟସରୁ ଉଦ୍ଧ୍ୱର୍ ଏବଂ ୪୦ ବର୍ଷରୁ କମ୍ ବୟସ ହୋଇଥିବା ଆବଶ୍ୟ । ଯଦି ଆପଣ ଏହି ଯୋଜନାରେ ସାମିଲ ହେଉଛନ୍ତି ଆଉ ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣଙ୍କୁ ମାସକୁ ମାତ୍ର ୫୫ ଟଙ୍କା ଜମା କରିବାକୁ ପଡିବ ଅର୍ଥାତ ଆପଣଙ୍କୁ ଦୈନିକ ୨ଟଙ୍କା ଦେବାକୁ ପଡିବ । ସେହିଭଳି ୨୯ ବର୍ଷ ବୟସରେ ଯେଉଁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ ତାଙ୍କୁ ମାସିକ ଶହେ ଟଙ୍କା ଏବଂ ୪୦ ବର୍ଷ ବୟସର ଲୋକଙ୍କୁ ମାସିକ ୨ଶହ ଟଙ୍କା ଜମା କରିବାକୁ ପଡିବ ।

ତେବେ ଏହି ଯୋଜନାରେ କେମିତି ସାମିଲ ହେବେ, ଜାଣିବା ପୂର୍ବରୁ କିଛି ସର୍ତ ଉପରେ ନଜର ପକାନ୍ତୁ । ଏହି ଯୋଜନାରେ ସାମିଲ ହେବାକୁ ହେଲେ ବ୍ୟକ୍ତିଙ୍କ ରୋଜଗାର ୧୫ ହଜାରରୁ କମ୍ ହେବା ନିହାତି ଆବଶ୍ୟକ । ବ୍ୟକ୍ତି ଜଣକ ଶ୍ରମିକ, ଡ୍ରାଇଭର, ଇଲେକ୍ଟ୍ରିସିଆନ୍ କିମ୍ବା ସ୍ୱିପର ଶ୍ରେଣୀର ହୋଇଥିବା ଜରୁରୀ । ଏହା ସହିତ ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ

ଏବେ ଆସନ୍ତୁ ଜାଣିବା ଏହି ଯୋଜନାର ଅନ୍ତର୍ଭୁକ୍ତ କେମିତି ହେବେ । ରେଜିଷ୍ଟ୍ରେସନ କରିବିକୁ ହେଲେ ପ୍ରଥମେ ଆପଣଙ୍କୁ ସିଏସସି ସେଣ୍ଟରକୁ ଯିବାକୁ ପଡିବ । ସେଠାରେ ଆପଣଙ୍କୁ ଆଧାରକାର୍ଡ ଏବଂ ଜନଧନ ଯୋଜନା ଖାତାରେ ଥିବା ଆଇଏଫଏସସି କୋଡ୍ ଦେବାକୁ ପଡିବ । ଆପଣଙ୍କ ଦସ୍ତାବିଜ୍ କମ୍ପୁଟରରେ ଦାଖଲ କରିବାମାତ୍ରେ ଆପଣଙ୍କୁ ଶ୍ରମଯୋଗୀ କାର୍ଡ ମିଳିଯିବ । ଯଦି ଆପଣଙ୍କର ବୁଝିବାରେ କୌଣସି ଦ୍ୱନ୍ଦ ରହୁଛି ତେବେ ୧୮୦୦ ୨୬୭ ୬୮୮୮ ଟୋଲ ଫି ନମ୍ବରରେ କଲ କରି ବୁଝିପାରିବେ ।

ତେବେ ଆମେ ଏଠାରେ କହିରଖୁଛୁ କି ଏହା ଏକ ପେନସନ ଯୋଜନା । ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଏଥିରେ ଟଙ୍କା ଜମା କରିବାକୁ ପଡିବ । ୬୦ ବର୍ଷ ପରେ ଆପଣଙ୍କୁ ପେନସନ ଆକାରରେ ମାସକୁ ୩ହଜାର ଟଙ୍କା ଅର୍ଥାତ୍ ବାର୍ଷିକ ୩୬ ହଜାର ଟଙ୍କା ମିଳିବ ।