ରାଜ୍ୟର ୬୬୭ ସ୍ଥାନରେ ହେବ ଏଲପିଜି ପଂଚାୟତ : କେନ୍ଦ୍ରରେ ମୋଦି ସରକାରଙ୍କ ଗ୍ରାମ ସ୍ୱରାଜ ଅଭିଯାନର ଅଂଶ, ରୋଷେଇ ଗ୍ୟାସ ବ୍ୟବହାରକୁ ପ୍ରୋତ୍ସାହନ ପାଇଁ ଆଇଓସିଏଲର ଉଦ୍ୟମ

27

କନକ ବ୍ୟୁରୋ : ଆଜି ରାଜ୍ୟର ୬ଶହ ୬୭ ସ୍ଥାନରେ ଆୟୋଜିତ ହେଉଛି ଏଲପିଜି ପଂଚାୟତ । ଏପ୍ରିଲ ୧୪ରୁ ମେ’ ୫ ପର୍ଯ୍ୟନ୍ତ ସାରାଦେଶରେ ପାଳନ କରାଯାଉଥିବା ଗ୍ରାମ ସ୍ୱରାଜ ଅଭିଯାନର ଏହା ଅଂଶ ବିଶେଷ । ଏଲପିଜି ବା ରନ୍ଧନ ଗ୍ୟାସର ବହୁଳ ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଏଲପିଜି ବ୍ୟବହାରର ନିରାପତ୍ତା ଓ ଗ୍ରାମାଂଚଳରେ ଉପଭୋକ୍ତାଙ୍କ ସଂଖ୍ୟା ବଢାଇବା ଉଦ୍ଦେଶ୍ୟରେ ଆଇଓସିଏଲ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି ।

ଏହି ଅବସରରେ ପ୍ରତି ଉଜ୍ୱଳା ପଂଚାୟତରେ ୧୦୦ ନୂଆ ଉଜ୍ୱଳା କନେକ୍ସନ ଦିଆଯିବାର ଯୋଜନା ରହିଛି । ଏଥିସହ ଉପଭୋକ୍ତାମାନଙ୍କୁ ସଚେତନ କରାଯିବ ବୋଲି ଆଇଓସି ଏଲର ମୂଖ୍ୟ ମହାପ୍ରବନ୍ଧକ ପ୍ରିତୀଶ ଭରତ କହିଛନ୍ତି । ଓଡିଶାରେ ୭୦ ହଜାର ପରିବାରକୁ ଏଲପିଜି ସଂଯୋଗ ଦିଆଯିବ । ଚଳିତ ବର୍ଷ ସାରା ଦେଶରେ ଆହୁରି ୧୯ ଲକ୍ଷ କନେକ୍ସନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଏଲପିଜି ପଂଚାୟତର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଚେତନ କରିବା । ତାଙ୍କ ସ୍ଲୋଗାନ ହେଉଛି ‘କିଛି ଶିଖ, କିଛି ଶିଖାଅ’ । ଉଜ୍ଜ୍ୱଳା ଯୋଜନାରେ ଯେଉଁ ଗରୀବ ଲୋକମାନେ ମାଗଣାରେ ଏଲପିଜି ପାଉଛନ୍ତି , କିପରି ଏହାର ଭଲ ବ୍ୟବହାର କରିବେ, ଦୁର୍ଘଟଣା କେମିତି ଘଟିବନି, ଗ୍ରୀନ ଫୁଏଲ ବିଷୟରେ ଜାଣିବେ ।