କନକ ବ୍ୟୁରୋ : କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ। ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି। କୃଷି ବିଭାଗର ସମୀକ୍ଷା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଚାଷୀଙ୍କ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୫୮ଟି ଶୀତଳ ଭଣ୍ଡାର। ସବ-ଡିଭିଜନ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷି ନୀତିକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisment