କେମିତି ଚାଲିଛି ଆବାସ ଯୋଜନା…କାହାକୁ ମିଳୁଛି ଘର ?

ପ୍ରଧାନମନ୍ତ୍ରୀ ଅବାସ ପାଇଁ ହିତାଧୀକାରୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ ବେଳେ ସାମ୍ନାକୁ ଆସିଲା ଅଭାବନୀୟ ଚିତ୍ର : ଘର ଖଣ୍ଡିଏ ପାଇଁ ନେହୁରା ହୋଇ ଅଧୀକାରିଙ୍କ ପାଦ ଧରିଲେ ବୃଦ୍ଧା

177

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାହାକୁ ଘର ମିଳିବ ତାହା କିଏ ସ୍ଥିର କରୁଛି ? କିଭଳି ହେଉଛି ହିତାଧୀକାରି ଚୟନ ? ପ୍ରଧାନମନ୍ତ୍ରୀ ଆବାସ ଦାବି କରି କଳାହାଣ୍ଡି ଜୟପାଟଣାର ଶତାଧିକ ହୀତାଧିକାରୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଭଙ୍ଗା କୁଡ଼ିଆ ଘରେ ରହୁଥିବା ଜଣେ ବୃଦ୍ଧା ଏକ ଦାବି ପତ୍ର ଧରି ବ୍ଲକ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ଘର ଖଣ୍ଡିଏ ପାଇଁ ଆକୁଳ ନିବେଦନ କରୁଛନ୍ତି । ତାଙ୍କ ଜୀବଦଶା ଭିତରେ ପକ୍କା ଘର ଖଣ୍ଡିଏ କରିବା ସମ୍ଭବ ନୁହେଁ ବୋଲି ଜଣାଇବା ସହ ସରକାରୀ ସହାୟତା ପାଇଁ ଅନୁନୟ ହେଉଛନ୍ତି ।

ତେବେ ଅଧିକାରୀ ଜଣଙ୍କ ବୃଦ୍ଧାଙ୍କ ନିବେଦନ ଶୁଣିବା ପରେ ବିଡ଼ିଓଙ୍କୁ ଦେଖାକରି ଆବେଦନ କରିବାକୁ କହିଛନ୍ତି । ପରେ ସମାନ ଢଙ୍ଗରେ ବିଡ଼ିଓଙ୍କୁ ମଧ୍ୟ ଆକୁଳ ନିବେଦନ କରୁଛନ୍ତି ବୃଦ୍ଧା । ଏପରିକି ଯାଂଚରେ ଯାଇ ଭଙ୍ଗା ଘର ଦେଖି ଆସିବାକୁ କହିଛନ୍ତି । ଜୟପାଟଣା ବ୍ଲକ ପାଇକେନ୍ଦୁମୁଣ୍ଡି ପଂଚାୟତର ୩ଟି ଗାଁର ଲୋକ ହିତାଧିକାରୀ ତାଲିକାରେ ନଥିବାରୁ ବ୍ଳକ ଅଫିସ ଘେରାଉ କରିଛନ୍ତି । ତେବେ ଜୟପାଟଣା ବିଡ଼ିଓ କହିଛନ୍ତି, ସରକାରୀ ବ୍ୟବସ୍ଥାରେ କିଭଳି ତାଲିକା ପ୍ରସ୍ତୁତ ହେବ ସେ ନେଇ ଦୃଷ୍ଟିଦେବେ ।