ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଘର ମିଳିବା ନେଇ ଅଜବ ମାପଦଣ୍ଡ; କଣ କଣ ଥିଲେ ମିଳିବନି ଘର ?

Advertisment
ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଘର ମିଳିବା ନେଇ ଅଜବ ମାପଦଣ୍ଡ; କଣ କଣ ଥିଲେ ମିଳିବନି ଘର ?

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଓଡ଼ିଶାକୁ ୮.୧୭ଲକ୍ଷ ଘର ଫନି କ୍ଷତିଗ୍ରସ୍ତଙ୍କୁ ବାଦ୍ ଦେଇ ମିଳିବ । ଦୀର୍ଘ ତିନିବର୍ଷ ବ୍ୟବଧାନରେ ପ୍ରକାଶ ପାଇଥିବା ଏହି ତାଲିକାକୁ ନେଇ ପୂରା ଓଡ଼ିଶାରେ ଜୋରଦାର ଚର୍ଚ୍ଚା ଚାଲିଛି । କେଉଁମାନଙ୍କୁ ଆବାସ ଯୋଜନାରେ ସାମିଲ କରାଗଲା, କିଏ ବାଦ୍‌ ପଡ଼ିଲେ ତାହାକୁ ନେଇ ସବୁଠି ଆଲୋଚନା ଚାଲିଛି ।

ଯେଉଁମାନଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି, ସେମାନେ ଖୁସିରେ ଗଦ୍‌ଗଦ୍ ହୋଇପଡ଼ିଛନ୍ତି । ଯେଉଁମାନଙ୍କ ନାମ ବାଦ୍‌ ପଡ଼ିଛି ସେମାନଙ୍କ ମୁଣ୍ଡ ଗରମ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଯେଉଁମାନଙ୍କୁ ଘର ମିଳିଛି ସେମାନେ ଯୋଗ୍ୟ ନା ଅଯୋଗ୍ୟ ସେ ନେଇ ସବୁ ଗାଁ, ପଡ଼ାରେ ଘଣ୍ଟାଚକଟା ଆରମ୍ଭ ହୋଇଛି । କେବଳ ସେତିକି ନୁହେଁ, କଣ କଣ ଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବନି ?

ଘର ପାଇବାକୁ ମାପଦଣ୍ଡ

- ବାଇକ୍/ ସ୍କୁଟି କି ମାଛ ଧରା ଡ଼ଙ୍ଗାଟିଏ ଥଲେ ଘର ପାଇବେ ନାହିଁ
- ଟିଭି/ ୱାସିଂ ମେସିନ୍ ଥିଲେ ଘର ପାଇବାକୁ ଯୋଗ୍ୟ
- ଫ୍ରିଜ୍ ଥିଲେ ଅଯୋଗ୍ୟ ହେବେ
- ଝୁମ୍ପୁଡି ଘର ଥାଇ ଫ୍ରିଜ ଥିଲେ ଅଯୋଗ୍ୟ
- ତିନି ଚକିଆ ଅଟୋ, ଚାରି ଚକିଆ ଗାଡ଼ି, ଚାରିଚକିଆ କୃଷି ଯନ୍ତ୍ରାଂଶ ଥିଲେ ମିଳିବ ନାହିଁ
- କିଷାନ କ୍ରେଡିଟ୍ କାର୍ଡରେ ୫୦ହଜାର ଟଙ୍କାର କ୍ରେଡିଟ୍ ଲିମିଟ୍ ଥିଲେ ମିଳିବନି
- ପରିବାରର ଜଣେ ସଦସ୍ୟ ସରକାରୀ ଚାକିରିଆ ହୋଇଥିଲେ ମିଳିବ ନାହିଁ
- ୫ ଏକରରୁ ଅଧିକ ଜଳସେଚିତ ଜମି ରଖିଥିବେ, ୭.୫ଏକରରୁ ଅଧିକ ଜମିର ମାଲିକ ହୋଇଥବେ ଏବଂ ଜଳସେଚନ ଯନ୍ତ୍ରାଂଶ ଥିବା ଘର ମିଳିବନି

ବିଶେଷଜ୍ଞମାନଙ୍କ ଯୁକ୍ତି ହେଉଛି, ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଯେଉଁ ସବୁ ସର୍ତ୍ତ ରଖାଯାଇଛି, ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ପରିପନ୍ଥୀ । ଏଇଥିପାଇଁ ଯେ ଗୋଟିଏ ପଟେ ସରକାର ମହିଳାଙ୍କୁ ଉଦ୍ୟୋଗୀ କରିବାର ସ୍ବପ୍ନ ଦେଖାଉଛନ୍ତି; ମହିଳା ଏସ୍‌ଏଚ୍‌ଜିକୁ ସୁଧ ଛାଡ଼ କରୁଛନ୍ତି । ହେଲେ ସଂପୃକ୍ତ ମହିଳା ଯେବେ ତାର ବ୍ୟବସାୟ ବଢ଼ାଇବା ପାଇଁ ଋଣରେ ସ୍କୁଟିଟିଏ କିଣିଛି, ସେ ଘର ପାଇବନି। ତେଣିକି ତା ଘରର ଛାତରେ ସେ ପ୍ରତିଦିନ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଦେଖୁଥାଉ ପଛକେ । ଇଏ କେମିତିକା ନିଷ୍ପତ୍ତି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe