ଇଡିରେ ହାଜର ହେଲେ ପ୍ରଦୀପଙ୍କ ଝିଅ ଶ୍ରୁତି । ବ୍ୟାଙ୍କ କାରବାରକୁ ନେଇ ପଚରାଉଚରା କରିପାରେ ଇଡି ।

Advertisment
ଇଡିରେ ହାଜର ହେଲେ ପ୍ରଦୀପଙ୍କ ଝିଅ ଶ୍ରୁତି । ବ୍ୟାଙ୍କ କାରବାରକୁ ନେଇ ପଚରାଉଚରା କରିପାରେ ଇଡି ।

କନକ ବ୍ୟୁରୋ : ଟାଟା ନାମରେ ଫେକ୍ ନିଯୁକ୍ତି ମାମଲା । ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ । ପୂର୍ବରୁ ଇଡିରେ ହାଜର ହେବା ପାଇଁ ଶ୍ରୁତିଙ୍କୁ ସମନ ଜାରି କରାଯାଇଥିଲା । ଆଉ ଆଜି ଇଡିରେ ଶ୍ରୁତି ପହଞ୍ଚିବା ପରେ ଟଙ୍କା ନେଣଦେଣକୁ ନେଇ ଶ୍ରୁତିଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ଶ୍ରୁତିିଙ୍କୁ ଇଡିରେ ହାଜର ହେବାକୁ ୩ ଥର ସମନ ଜାରି କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ଇଡିରେ ହାଜର ହୋଇନଥିଲେ ଶ୍ରୁତି । ଏପରିକି ନିଜ ଓକିଲଙ୍କ ଜରିଆରେ ଜବାବ ରଖିବା ସହ ସମୟ ମାଗିଥିଲେ । କିନ୍ତୁ ଆଜି ସକାଳୁ ଶ୍ରୁତିଙ୍କୁ ଇଡି ଅଫିସରେ ଦେଖିବାକୁ ମିଳିଛି ।

ପାଠକ ଓ ପାଣିଗ୍ରାହୀ ପରିବାର ମଧ୍ୟରେ ଅର୍ଥନୈତିକ କାରବାରର ତଦନ୍ତରେ ଇଡି ହାତରେ ଲାଗିଛି ତଥ୍ୟ । ଏପରିକି ପାଠକଙ୍କ ଆକାଉଣ୍ଟ ସହ ପାଣିଗ୍ରାହୀ ପରିବାରର ଆକାଉଣ୍ଟରେ ଟଙ୍କା ନେଣଦେଣ ହୋଇଥିବାର ସନ୍ଦେହ କରି ତଦନ୍ତ ଜାରି ରଖିଛି ଇଡି । ପାଠକ ଓ ପାଣିଗ୍ରାହୀ ପରିବାରର ଆୟବର୍ହିଭୂତ ସମ୍ପତ୍ତି ଓ ଚାକିରୀ ନାଁରେ ଠକେଇ ମାମଲାରେ ହୋଇଥିବା ବେନାମି ଆର୍ଥିକ କାରବାରର ଗୁମର ଖୋଜୁଛି ଇଡି । ଯାହାକୁ ନେଇ ଅଭୟ ପାଠକଙ୍କ ସମେତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ସମନ ଇଡି ପକ୍ଷରୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ଖାସକରି ଆକାଶ ପାଠକଙ୍କ ଆକାଉଣ୍ଟକୁ ଯେଉଁ ଟଙ୍କା ଆସିଥିଲା ସେଥି ମଧ୍ୟରୁ କିଛି ଟଙ୍କା ଶ୍ରୁତିଙ୍କ ଆକାଉଣ୍ଟ ସହ କାରବାର ହୋଇଥିବା ନେଇ ସନ୍ଦେହ କରୁଛି ଇଡି ।

ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ମାସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପାଠକଙ୍କ ବିଭିନ୍ନ ଘର ଓ ଅଫିସ ଉପରେ ଚଢ଼ଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ସମ୍ପତ୍ତିର ସନ୍ଧାନ ମିଳିଥିଲା। ପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରାଯାଇଥିଲା । ସେହିପରି ଏହି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ଗିରଫ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe