କନକ ବ୍ୟୁରୋ : ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ, ଗତକାଲି କନକ ନ୍ୟୁଜକୁ ଏଟି ଠକେଇରେ ଦୁଇ ଜଣ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ କହିବା ପରେ ତାଙ୍କ ମୁହଁ ବନ୍ଦ କରିଦେଇଥିଲା ପୁଲିସ । କୋର୍ଟରୁ ବାହାରିବା ସମୟରେ ତାଙ୍କୁ ପୁଲିସ କର୍ମଚାରୀମାନେ ଘେରିଯାଇଥିଲେ । ବାହାରେ ଅପେକ୍ଷା କରିଥିଲେ ଗଣମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କ ଆଗରେ ଯେଭଳି ପ୍ରଦୀପ ସେଠୀ ଆଉ କିଛି କଥା ନ'କହନ୍ତି ସେଥିପ୍ରତି ବେଶ୍ ଯତ୍ନବାନ ହୋଇପଡିଥିଲେ ପୁଲିସ ଅଧିକାରୀମାନେ ।

Advertisment

ଏହାର କିଛି ସମୟ ପୂର୍ବରୁ କନକ ନ୍ୟୁଜକୁ ବିସ୍ଫୋରକ ବୟାନ ଦେଇ ପ୍ରଦୀପ କହିଥିଲେ ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥାଠାରୁ ୨ ଜଣ ମନ୍ତ୍ରୀ ମୋଟାଅଙ୍କର ଟଙ୍କା ନେଇଛନ୍ତି । ଏହି ଘଟଣା ପରେ କୋର୍ଟରୁ ବାହାରିବା ସମୟରେ ପ୍ରଦୀପ ସେଠୀଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା ।

କ୍ୟାମେରା ପଛରେ ଅର୍ଥତତ୍ୱ ମୁଖ୍ୟ ଆହୁରି ଅନେକ କଥା କହିଥିଲେ । ତାଙ୍କଠାରୁ ଟଙ୍କା ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଜଣେ ବରିଷ୍ଠ ଓ ଜଣେ ଯୁବ ମନ୍ତ୍ରୀ ଅଛନ୍ତି ବୋଲି ଇସାରା କରିଥିଲେ । ଏସବୁ ଭିତରେ ପ୍ରଦୀପ ସେଠୀ ଯେଭଳି ଗଣମାଧ୍ୟମ ଆଗରେ କାହାର ନାଁ ନିଅନ୍ତି ସେଥିପ୍ରତି ପୁଲିସ ସଜାଗ ହୋଇଥିଲେ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :