କନକ ବ୍ୟୁରୋ : କଂଗ୍ରେସକୁ ପୁଣି ଝଟକା । ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ଶହ ଶହ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ହୋଇ ସେ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ସେ ୩୦ ହଜାରରୁ ଅଧିକ ଭୋଟ ପାଇଥିଲେ ।
୨୦୦୯ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ସେ ୩୪ ହଜାରରୁ ଅଧିକ ଭୋଟ ପାଇଥିଲେ । ମିଶ୍ରଣ ପର୍ବରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସୂଚନା ଥାଉ କି ଗତକାଲି ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଥିଲେ ।
ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ ସେ ଦୀର୍ଘ ଦିନ ଧରି ଦଳର ଏକ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ, କିନ୍ତୁ ଦଳର ସାଂଗଠନିକ କ୍ଷେତ୍ରରେ ତାଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଛି । ଏଣୁ ସେ ଦଳରେ ସୁରକ୍ଷିତ ମନେ କରୁନାହାନ୍ତି । ବେଗୁନିଆ-ବୋଲଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣେ ପୁରୁଖା ତଥା ଟାଣୁଆ କଂଗ୍ରେସ ନେତା ପ୍ରଦୀପ ସାହୁ ବେଶ ଜଣାଶୁଣା ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/68fd3f3e-2c55-45c7-a63d-97e21d0f5f63-e1636958562442-750x430-1.jpg)