କନକ ବ୍ୟୁରୋ: ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେଡିର ବିପୁଳ ବିଜୟ ନେଇ ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ବିଜେପି ନେତା ପ୍ରଦୀପ ପୁରୋହିତ । ବିଜୁ ଜନତା ଦଳର ନେତାଙ୍କୁ ଖୁସି କରିବାକୁ ସୁଶାନ୍ତ ଏପରି ବକ୍ତବ୍ୟ ଦେଇଥିବା ପ୍ରଦୀପ କହିଛନ୍ତି । ପଶ୍ଚିମ ଓଡ଼ିଶାରେ ବିଜେଡି ଜିତିବ ବୋଲି ସୁଶାନ୍ତ ସିଂହ ବାହାସ୍ପୋଟ ମାରୁଛନ୍ତି ଏବଂ ପଶ୍ଚିମ ଓଡ଼ିଶା ଭୋଟରଙ୍କ ମାଲିକ ବୋଲି ସେ ନିଜକୁ ଭାବି ନେଇଛନ୍ତି ।
ତାଙ୍କ ଭିତରେ ରହିଥିବା ଅସନ୍ତୋଷକୁ ସେ ନିଜେ ସମ୍ଭାଳନ୍ତୁ । ମନ୍ତ୍ରିପଦ ନମିଳିବାରୁ ତାଙ୍କ ଭିତରେ ଥିବା ଗର୍ବ ଅହଙ୍କାର ଭାଙ୍ଗି ଚୁରମାର ହୋଇଛି । ତାଙ୍କ ସମର୍ଥକଙ୍କ ବକ୍ତବ୍ୟ ପରେ ଆସନ୍ତା ନିର୍ବାଚନରେ ଟିକେଟ ମିଳିବା କଷ୍ଟକର ହୋଇପଡିବ ବୋଲି ଭାବି ଏବେ ଏପିରି ବକ୍ତବ୍ୟ ଦେଉଥିବା କହିଛନ୍ତି ପ୍ରଦୀପ ପୁରୋହିତ ।
ସୁଶାନ୍ତ ସିଂହଙ୍କ ବୟାନକୁ ନେଇ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା। କହିଲେ, ନେତାଙ୍କୁ ଖୁସି ପାଇଁ ଦେଇଛନ୍ତି ବୟାନ
/kanak/media/post_attachments/wp-content/uploads/2023/05/images-2022-11-11T153545.391.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)