କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ରଖିଛନ୍ତି । ଟ୍ୱିଟ କରି ପ୍ରଦୀପ ଲେଖିଛନ୍ତି, ‘ଗଣତନ୍ତ୍ରରେ ଜନତାଙ୍କ ରାୟକୁ ମୁଁ ସମ୍ମାନ ଜଣାଇ ସ୍ୱୀକାର କରୁଛି। ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ସହ ଧନ୍ୟବାଦ ଜଣାଉଛି। ରାଜବୋରାସମ୍ବର ମାଟିର ମାଆ, ଭଉଣୀ, ମାଉସୀ, ଭାଈ, ଦାଦା ଏବଂ ଗୁରୁଜନମାନଙ୍କ ସେବାରେ ମୋ ଜୀବନ ସମର୍ପିତ। ମୁଁ କାଲି ବି ପଦ୍ମପୁର ଅଞ୍ଚଳବାସୀଙ୍କ ସହ ଥିଲି, ଆଜି ବି ଅଛି ଆଉ ଆଗକୁ ମଧ୍ୟ ରହିବି’
ଗଣତନ୍ତ୍ରରେ ଜନତାଙ୍କ ରାୟକୁ ମୁଁ ସମ୍ମାନ ଜଣାଇ ସ୍ୱୀକାର କରୁଛି। ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ସହ ଧନ୍ୟବାଦ ଜଣାଉଛି। ରାଜବୋରାସମ୍ବର ମାଟିର ମାଆ,ଭଉଣୀ,ମାଉସୀ,ଭାଈ,ଦାଦା ଏବଂ ଗୁରୁଜନ ମାନଙ୍କ ସେବାରେ ମୋ ଜୀବନ ସମର୍ପିତ।ମୁଁ କାଲି ବି ପଦ୍ମପୁର ଅଞ୍ଚଳ ବାସିଙ୍କ ସହ ଥିଲି, ଆଜି ବି ଅଛି ଆଉ ଆଗକୁ ମଧ୍ଯ ରହିବି
— Pradip Purohit (@PradipPurohit_) December 8, 2022
ଉପନିର୍ବାଚନରେ ପ୍ରଦୀପ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ନିକଟରୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ଏହି ପରାଜୟ ପରେ ପ୍ରଦୀପ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/26-2.jpg)