ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସ୍ୱାମୀ ପ୍ରଦୀପଙ୍କ ପାଇଁ କୋର୍ଟରେ ଲଢିଲେ ସ୍ତ୍ରୀ

442

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଝାରପଡା ଜେଲରୁ ନେଇ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ କୋର୍ଟରେ ଓକିଲ ଭାବେ ଲଢେଇ କରିଥିଲେ ତାଙ୍କ ପତ୍ନୀ । କୋର୍ଟରେ ହାଜର ପରେ ତାଙ୍କୁ ୩ ଦିନ ପାଇଁ ବ୍ରହ୍ମପୁର ଜେଲରେ ରଖାଯିବ । ଏହି ସମୟରେ ବ୍ରହ୍ମପୁର ପୋଲିସ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେ । ଟାଟା ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଛି ଏକାଧିକ ମାମଲା । ଏହି ଠକେଇ ମାମଲାର ଯାଂଚ ପାଇଁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ । ଗୋପାଳପୁର ବିଧାୟକଙ୍କୁ ଗତ ୪ ତାରିଖରେ କ୍ରାଇମବ୍ରାଂଚ ଗିରଫ କରିଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା । ଏହି ଘଟଣା ପରେ ଦଳ ତାଙ୍କୁ ବହିସ୍କାର କରିଥିଲ।।