ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ଆକାଶ ପାଠକ କେସରେ ତଦନ୍ତ ରାଡାରରେ ଥିଲେ ପ୍ରଦୀପ । ୪ଟି ଗାଡ଼ିରେ ୧୦ରୁ ୧୫ ଲୋକ ଆସି ଉଠାଇ ନେଇଥିବା ଅଭିଯୋଗ ଆଣିଲେ ପତ୍ନୀ ସୁଜାତା

221

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ପାଠକଙ୍କ ପରିବାର ସହ ଲିଙ୍କ ପଦାକୁ ଆସୁଥିବା ବେଳେ ଆଜି ସଂଧ୍ୟାରେ ଏକ ବଡ଼ ଘଟଣା ଘଟିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇଛି କ୍ରାଇବ୍ରାଞ୍ଚ । ତାଙ୍କୁ ପତ୍ନୀ ସୁଜାତା ପାଣିଗ୍ରାହୀ ଏ ନେଇ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଘରେ ଥିବା ବେଳେ ୪ଟି ଗାଡିରେ ୪୦ରୁ ୫୦ ଲୋକ ବାସଭବନକୁ ଆସିଥିଲେ । ଗେଟ୍ ଖୋଲା ନଥିବା ବେଳେ ସେମାନେ ଗେଟ୍ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ, ପ୍ରଦୀପ ପାଣିଗ୍ରାହୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ।

ପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ କ୍ରାଇମବ୍ରାଂଚ ଇଓଡବ୍ଲୁ ଅଫିସକୁ ଆଣିବାକୁ କୁହାଯାଇଥିଲା । ତାଙ୍କୁ ଏହି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟକୁ ଅଣା ଯାଇନଥିଲା । ପ୍ରଦୀପ ପାଣିଗ୍ରହୀଙ୍କ ପତ୍ନୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି । ଆକାଶ ପାଠକଙ୍କ ସହ ତାଙ୍କର ଆର୍ଥିକ କାରବାରକୁ ନେଇ ଭିଜିଲାନ୍ସ ଜାଣିବାକୁ ପାଇଥିଲା ।

ଭିଜିଲାନ୍ସ ଜାଲରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଣିଗ୍ରାହୀ ପଡିବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ଆସିଥିଲା । ପାଠକ ପରିବାର ସହ ତାଙ୍କର ଗଭୀର ସଂପର୍କ ଥିବା ଜାଣିବାକୁ ମିଳିଥିଲା । ଲକଡାଉନ ବେଳେ ଲୋକେ ଘୋର ଅସୁବିଧାର ସମୁଖୀନ ହେଉଥିବା ବେଳେ ପାଠକ ପରିବାର ସହ ଚାର୍ଟର ବିମାନରେ ଦେଶର ବଡ଼ ବଡ଼ ହୋଟେଲରେ ଦିନ କାଟୁଥିଲେ ପ୍ରଦୀପ ପାଣିଗ୍ରାହୀ । ଏହା ସହ ପାଠକ ପରିବାର ସହ ମଧ୍ୟ ତାଙ୍କର ଆର୍ଥୀକ କାରବାର ନେଇ ତଥ୍ୟ ଭିଜିଲାନ୍ସକୁ ମିଳିଥିଲା ।