ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ  । ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ହେଲେ ଗିରଫ 

171

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ବିରୋଧରେ ଲାଗିଛି ଆଇଟିର ବିଭିନ୍ନ ଧାରା । ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଧାରା ଲାଗିଛି । ଚାକିରି ଦେବା ନାଁରେ ଆକାଶଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିଲେ ପ୍ରଦୀପ । ପ୍ରଦୀପଙ୍କୁ ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଟିମ ସରକାରୀ ବାସଭବନରୁ ଉଠାଇ ନେଇଥିଲେ ।

ସାଇବର କେସ ନମ୍ବର ୨୬/୨୦୨୦ରେ ପ୍ରଦୀପଙ୍କୁ ପ୍ରଶ୍ନ କରାଯାଇଛି । ଏନେଇ ଟ୍ୱିଟ ଯୋଗେ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ପାଠକଙ୍କ ପରିବାର ସହ ଲିଙ୍କ ପଦାକୁ ଆସୁଥିବା ବେଳେ ଆଜି ସଂଧ୍ୟାରେ ଏଭଳି ଘଟଣା ଘଟିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇଥିଲା କ୍ରାଇବ୍ରାଞ୍ଚା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଏ ନେଇ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଘରେ ଥିବା ବେଳେ ୪ଟି ଗାଡିରେ ୧୦ରୁ ୧୫ ଲୋକ ବାସଭବନକୁ ଆସିଥିଲେ । ଗେଟ୍ ଖୋଲା ନଥିବା ବେଳେ ସେମାନେ ଗେଟ୍ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ, ପ୍ରଦୀପ ପାଣିଗ୍ରାହୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ।